ଖେଳ

ଲକଡାଉନରେ ଏହି ମହତ କାମ କଲେ ବୀରୁ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ଦେଶରେ କ୍ରୀଡ଼ା ଗତିବିଧି ସମ୍ପୂର୍ଣ୍ଣ ଠପ୍ ପଡ଼ିଯାଇଛି। ଦେଶରେ ଚାଲିଥିବା ଲକଡାଉନରେ ଖେଳାଳିମାନେ ନିଜ ନିଜର ଘରେ ଆରାମ କରୁଛନ୍ତି। କିନ୍ତୁ ଭାରତର ପୂର୍ବତନ ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ୱାଗ ନିଜ ଘରେ ଏଭଳି ମହତ କାମ କରୁଛନ୍ତି, ଯେଉଁଥି ତାଙ୍କୁ ଚାରିଆଡୁ ପ୍ରଶଂସା କରାଯାଉଛି। ସେହ୍ୱାଗ ଲକଡାଉନ୍ ସମୟରେ ଘରେ ନିଜ ଗୋମାତାଙ୍କ ସେବା କରୁଛନ୍ତି।

ସେ ଟ୍ୱିଟରରେ ଗୋମାତାଙ୍କ ସେବା କରୁଥିବା ଏକ ଭିଡିଓ ଶେଆର୍ କରିଛନ୍ତି। ଏଥିରେ ସେହ୍ୱାଗ ନିଜର ଚିରାଚରିତ ମଜାକିଆ ଢଙ୍ଗରେ ଲେଖିଛନ୍ତି, ଗାୟ ହମାରୀ ମାତା ହେ, ହମକୋ କୁଛ୍ ନେହିଁ ଆତା ହୈ। ସାଧାରଣତଃ, ସେହ୍ୱାଗ ଯେତେବେଳେ ବି କୌଣସି ଟ୍ୱିଟ କରନ୍ତି, ତାହା ଖୁବ୍ ଭାଇରାଲ୍ ହୋଇଥାଏ। ଏଭଳି ସ୍ଥିତିରେ ତାଙ୍କ ଦ୍ୱାରା କରାଯାଇଥିବା ଗାଈ ସେବା ଏବେ ବେଶ୍ ଚର୍ଚ୍ଚାରେ। କୋଭିଡ୍‌-୧୯ ମହାମାରୀ ଯୋଗୁ ସେହ୍ୱାଗ ନିଜ ଘରୁ ବାହାରୁ ନାହାନ୍ତି।

ଆହୁରି ପଢ଼ନ୍ତୁ

କିଛି ଦିନ ତଳେ ସେହ୍ୱାଗ ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ତାଙ୍କ ମା’ଙ୍କୁ ଲହୁଣୀ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଥିଲା। ଏହାବ୍ୟତୀତ ସେ ନିଜ ଟ୍ୱିଟରରେ ଆଉ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ଜଣେ କୁନି ପିଲା କରୋନାଭାଇରସରୁ ରକ୍ଷା ପାଇବାର ଉପାୟ ବୟାନ କରୁଛନ୍ତି। ଏହି ପିଲାଟିର ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଭିଡିଓ ଶେଆର୍ କରି ସେହ୍ୱାଗ କହିଛନ୍ତି, ଏହି ପିଲାଟି ଅତି ସୁନ୍ଦରତାର ସହ କରୋନାଭାଇରସରୁ ରକ୍ଷା ପାଇବାର ଉପାୟ କହଛନ୍ତି, ଯାହାକି ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ।

ସେହ୍ୱାଗ ମଧ୍ୟ ସମସ୍ତ ପିଲାଙ୍କୁ ଏହି ପରାମର୍ଶକୁ ଅନୁସରଣ କରିବାକୁ କହିଛନ୍ତି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୫୦ହଜାରରୁ ଅଧିକ ଲୋକେ ଦେଖିସାରିଛନ୍ତି। ସୂଚନାଯୋଗ୍ୟ, ଭାରତରେ କରୋନାଭାଇରସର ପ୍ରକୋପ କମିବାର ନାଁ ନେଉନାହିଁ। ଭାରତରେ ଏପର୍ଯ୍ୟନ୍ତ କରୋନାରେ ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୪ହଜାରରୁ ଅଧିକ ଲୋକେ ଏଥିରେ ଆକ୍ରାନ୍ତ ହୋଇଛନ୍ତି।



[ad_2]

Show More
Back to top button