ଟିଭି

ଲକଡାଉନରେ ଆତ୍ମହତ୍ୟା କଲେ ଟିଭି କଳାକାର

ମୁମ୍ୱାଇ: ଘରୋଇ ଟିଭି ଚ୍ୟାନେଲ ସବ୍ ଟିଭିରେ ପ୍ରସାରିତ ଧାରାବାହିକ କାର୍ଯ୍ୟକ୍ରମ ‘ଆଦତ ସେ ମଜବୁର’ରେ ଅଭିନୟ କରିଥିବା ମନମିତ ଅଗ୍ରଓ୍ୱାଲ ଆତ୍ମହତ୍ୟା କରିଛନ୍ତି। ଲକଡାଉନରେ ମନପ୍ରୀତ ଗ୍ରିଓ୍ୱଲ ମାନସିକ ଭାରସାମ୍ୟ ହରାଇବା ସହିତ ଅଧିକ ଋଣବୋଝ ସମ୍ଭାଳିନପାରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଶୁକ୍ରବାର ରାତିରେ ଏହି ୩୨ ବର୍ଷୀୟ ଅଭିନେତା ଘର ଭିତରେ ଦୌଡ଼ି ଦେଇ ଝୁଲିପଡିଥିବା ଜଣାପଡ଼ିଛି। ମନପ୍ରୀତ ନିଜ ସ୍ତ୍ରୀଙ୍କ ସହିତ ନଭି ମୁମ୍ୱାଇରେ ରହୁଥିଲେ।

ଆହୁରି ପଢ଼ନ୍ତୁ

ଏବେ ସେ ଏହି ସିରିଏଲରେ କାମ କରୁନଥିବା ସୂଚନା ରହିଛି। ଲକଡାଉନ୍ ପାଇଁ ଆର୍ଥିକ ବୋଝ ବଢ଼ିଯାଇଥିଲା। ଅନ୍ୟପଟେ ଛୋଟିଆ ପ୍ରୋଜେକ୍ଟରେ ଅଭିନୟ କରିବା ପାଇଁ ସେ ଚୁକ୍ତି କରୁଥିଲେ। ହେଲେ ଲକଡାଉନ୍ ପାଇଁ ଏହି ଚୁକ୍ତିକୁ ନେଇ ସେ ଆହୁରି ସମସ୍ୟାରେ ପଡ଼ିଥିଲେ। ଏମିତିକି ମନପ୍ରୀତଙ୍କ ପାଖରେ ଘର ଭଡ଼ା ଦେବାକୁ ପଇସା ନଥିବା ଜଣାପଡ଼ିଛି।

ମନପ୍ରୀତଙ୍କ ନିକଟତମ ସାଙ୍ଗ ମନଜିତ ସଂହ ଏବିପି ନ୍ୟୁଜକୁ ଫୋନରେ ସୂଚନା ଦେବା ବେଳେ ଏହି ସବୁ କଥା କହିଛନ୍ତି।

[ad_2]
Show More
Back to top button