ନ୍ୟୁଜ୍

ସୂର୍ଯ୍ୟାସ୍ତ ହେଉନଥିବା ଦେଶ

ସତ୍ୟଶିଖା(ଭୁବନେଶ୍ୱର) ୧୫.୧୧.୨୦୨୩ : ବିଶ୍ୱରେ ଅନେକ ପ୍ରକାରର ଅଜବ ସ୍ଥାନ ରହିଛି। ଯେଉଁଥିରେ ଅଜବ ଗଜବ ଘଟଣା ସବୁ ଦେଖିବାକୁ ମିଳିଥାଏ। ସେହିପରି ବିଶ୍ୱରେ ୫ଟି ଦେଶ ଅଛି, ଯେଉଁଠାରେ ୩୬୫ ଦିନରୁ ୫୦ ଦିନ, ୭୩ ଦିନ ଏବଂ ୭୬ ଦିନ ପାଇଁ କିଛି ସ୍ଥାନରେ ସୂର୍ଯ୍ୟ ଅସ୍ତ ହୁଏନାହିଁ ଏବଂ ରାତିରେ ସେଠାରେ ଦିନ ପରି ଲାଗିଥାଏ। ସେହି ୫ଟି ଦେଶ ହେଉଛି ନରୱେ, କାନାଡା, ଆଲାସ୍କା,ଆଇସଲ୍ୟାଣ୍ଡ ଏବଂ ଫିନଲ୍ୟାଣ୍ଡ ।

ନରୱେ : ଏହା ଏପରି ଏକ ଦେଶ ଯାହା ପାହାଡ ଦ୍ୱାରା ଘେରି ହୋଇ ରହିଛି । ନରୱେରେ ମେ ରୁ ଜୁଲାଇ ମଧ୍ୟରେ ୭୬ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୋଇନଥାଏ । ଏହାକୁ ‘ଲେଟ୍‌ ଅପ୍‌ ଦ ମିଡ୍‌ ନାଇଟ୍‌ ସନ୍‌’ ମଧ୍ୟ କୁହାଯାଏ ।କାନାଡା: ବିଶ୍ୱର ଦ୍ୱିତୀୟ ସର୍ବବୃହତ ଦେଶ କହିଲେ କାନାଡାକୁ ବୁଝାଏ। ଯାହା ବହୁତ ସମୟ ଧରି ବରଫରେ ଆଚ୍ଛାଦିତ ହୋଇ ରହିଥାଏ । ଏଠାରେ ଉତ୍ତର ଓ ପଶ୍ଚିମ ଭାଗରେ ଖରା ସମୟରେ ୫୦ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ଦେଖିବା ପାଇଁ ମିଳିଥାଏ ।

ଆଲାସ୍କା : ଆଲାସ୍କା ସୁନ୍ଦର ଗ୍ଲେସିଅର ପାଇଁ ବେଶ୍ ଜଣାଶୁଣା । ଏଠାରେ ମେ ରୁ ଜୁଲାଇ ମଧ୍ୟରେ ସୂର୍ଯ୍ୟ ଅସ୍ତ ହୁଏ ନାହିଁ ।
ଆଇସଲ୍ୟାଣ୍ଡ : ଗ୍ରେଟ୍‌ ବ୍ରିଟେନ୍‌ ପରେ ଏହା ହେଉଛି ୟୁରୋପର ସବୁଠାରୁ ବଡ ଦୀପ  । ଏହି ସ୍ଥାନରେ ମେ ୧୦ ରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଏ ନାହିଁ ।

ଫିନଲ୍ୟାଣ୍ଡ : ଏହି ଦେଶ ହଜାର ହଜାର ହ୍ରଦ ଓ ଦ୍ୱୀପପୁଞ୍ଜରେ ସଜେଇ ହୋଇଥାଏ । ସେଥିପାଇଁ ଏହା ବହୁତ ସୁନ୍ଦର ଓ ଆକର୍ଷଣୀୟ । ଗରମ ସମୟରେ ଏଠାରେ ପ୍ରାୟ ୭୩ ଦିନ ପର୍ଯ୍ୟନ୍ତ ବା ମେ ୧୦ ରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ରାତିରେ ସୂର୍ଯ୍ୟଙ୍କ କିରଣ ଦେଖିବା ପାଇଁ ମିଳିଥାଏ ।

Show More
Back to top button