ଦେଶ

ଲକଡାଉନରେ ଅନଲାଇନ କ୍ଲାସ ଓ ହୋମୱାର୍କ ଚାପ ଯୋଗୁ ଜୀବନ ହାରିଲେ ଛାତ୍ରୀ

‌ଅହମଦାବାଦ: ଲକଡାଉନ ଯୋଗୁ ସବୁ କିଛି ବନ୍ଦ। ପିଲାମାନଙ୍କୁ ଘରେ ରହି ହିଁ ଅନଲାଇନରେ କ୍ଲାସ କରିବାକୁ ପଡ଼ୁଛି। ସାଙ୍ଗସାଥୀଙ୍କ ସହ ମିଶି ନ ପାରି ପିଲାମାନେ ଚାପର ବଶବର୍ତ୍ତୀ ମଧ୍ୟ ହେଉଛନ୍ତି। ଏସବୁ ଭିତରେ ଗୁଜରାଟର ଅହମଦାବାଦରେ ଜଣେ ୧୨ ବର୍ଷୀୟ ଛାତ୍ରୀ ଅନଲାଇନ କ୍ଲାସ ଓ ପ୍ରବଳ ହୋମୱାର୍କର ଚାପ ସହି ନ ପାରି ଆତ୍ମହତ୍ୟା କରିଛନ୍ତି।

ଏହି ଛାତ୍ରୀଙ୍କ ବାପା ଘର ନିକଟରେ ଗ୍ୟାରେଜ କରି ପରିବାର ଚଳାଉଥିଲା। ହେଲେ ଲକଡାଉନ ଯୋଗୁ ସବୁକିଛି ଠପ ହୋଇଯାଇଛି। ତଥାପି ସେ ବହୁତ କଷ୍ଟ କରି ଝିଅର ଅନଲାଇନ କ୍ଲାସ ପାଇଁ ନିକଟରେ ଗୋଟିଏ ସ୍ମାର୍ଟଫୋନ କରିଥିଲେ। ତେବେ ଛାତ୍ରୀ ଜଣଙ୍କ ଚାପ ସହି ନ ପାରି ଜୀବନ ଶେଷ କରିବା ଭଳି ଚରମ ପଦକ୍ଷେପ ନେଇଛନ୍ତି।

ରିପୋର୍ଟ ଅନୁଯାୟୀ, ୧୨ ବର୍ଷୀୟ ଛାତ୍ରୀ ଜଣଙ୍କର ନାଁ ଖୁସି। ସୋମବାର ସକାଳେ ଖୁସିର ମା’ ତାଙ୍କୁ ହୋମୱାର୍କ ଶେଷ କରିବାକୁ କହିଥିଲେ। ହେଲେ ଖୁସି କିଛି ସମୟ ପାଇଁ ନିଜ ରୁମକୁ ଯିବାକୁ ଚାହିଁଥିଲେ। ମା’ଙ୍କ ଠାରୁ ଅନୁମତି ନେଇ ଖୁସି ରୁମ ଭିତରକୁ ଯାଇ କବାଟ ବନ୍ଦ କରିଦେଇଥିଲେ।

ଆହୁରି ପଢ଼ନ୍ତୁ

ଦୀର୍ଘ ସମୟ ଧରି ସେ ନ ଫେରିବାରୁ ମା’ ଯାଇ ତାଙ୍କୁ ଖୋଜିଥିଲେ। ହେଲେ ସେତେବେଳକୁ ଫ୍ୟାନ୍‌ରେ ଫାଶୀ ଦେଇ ଖୁସି ଜୀବନ ହାରି ସାରିଥିଲେ। ଖୁସି ତାଙ୍କ ବାପାମା’ ଓ ସାନ ଭାଇ ସହ ରହୁଥିଲେ। ନିକଟରେ ସେ ଗୁଜରାଟୀ ମିଡିୟମ ସ୍କୁଲରେ ନାମ ଲେଖାଇଥିଲେ। ସରକାରଙ୍କ ମାସ୍ ଉତ୍ତୀର୍ଣ୍ଣ ଯୋଜନାରେ ଖୁସି ୮ମ କ୍ଲାସକୁ ଯାଇଥିଲେ।

ଜଣେ ସମ୍ପର୍କୀୟ କହିଛନ୍ତି, ଅନଲାଇନ କ୍ଲାସ ପାଇଁ ଖୁସିର ବାପା ରୋହିତ ନିକଟରେ ୧୦ ହଜାର ଟଙ୍କା ଦେଇ ସ୍ମାର୍ଟଫୋନ ଆଣିଥିଲେ। ପରିବାରରେ ଏହା ପୂର୍ବରୁ କେହି ବି ସ୍ମାର୍ଟଫୋନ ଧରି ନଥିଲେ।

ଲକଡାଉନ ଯୋଗୁ ପିଲାମାନେ ଘରକୁ ବାହାରି ପାରୁ ନଥିବାରୁ ଅନଲାଇନରେ କ୍ଲାସ କରାଯାଉଥିଲା। ହେଲେ ଅତ୍ୟଧିକ ହୋମୱାର୍କ ଚାପ ସହି ନ ପାରି ଖୁସି ଜୀବନ ହାରିଥିବା ସେ କହିଛନ୍ତି।

[ad_2]
Show More
Back to top button