ଦେଶ

ରେଳ ଯାତ୍ରା ପାଇଁ ଗାଇଡଲାଇନ୍, ମାସ୍କ ସହ ଏହି ନିୟମ ମାନିବାକୁ ବାଧ୍ୟ

ନୂଆଦିଲ୍ଲୀ: ମଙ୍ଗଳବାର ପାଖରୁ ଦେଶରେ ରେଳସେବା ଆରମ୍ଭ ହେଉଛି। ମୋଟ୍ ୧୫ ଯୋଡ଼ା ୩୦ଟି ଟ୍ରେନ୍ ଦେଶ ମଧ୍ୟରେ ଯିବା ଆସିବା କରିବ। ଏଥିପାଇଁ ସୋମବାର ପାଖରୁ ଆଇଆରସିଟି ଅଫିସିଆଲ୍ ଓ୍ୱେବସାଇଟରେ ବୁକିଂ ଆରମ୍ଭ ହୋଇଯାଇଛି। ତେବେ ଟ୍ରେନ ଯାତ୍ରା ବେଳେ ଯାତ୍ରୀଙ୍କ ପାଇଁ ଗାଇଡ୍ ଲାଇନ୍ ତିଆରି କରିଛି ଗୃହ ମନ୍ତ୍ରଣାଳୟ।

  • କେବଳ ଇ-ଟିକେଟ୍ କନଫର୍ମ ହୋଇଥିବା ଯାତ୍ରୀ ହିଁ ଟ୍ରେନରେ ଯାତ୍ରା କରିପାରିବେ।
  • ଇ-ଟିକେଟ୍ କନଫର୍ମ ହୋଇଥିବା ଯାତ୍ରୀଙ୍କୁ ଟ୍ୟାକ୍ସି ସେବା ମିଳିବ।
  • ପ୍ଲାଟଫର୍ମରେ ସ୍ୱାସ୍ଥ୍ୟ ପରୀକ୍ଷା ହେବା ପରେ ଯାତ୍ରୀଙ୍କୁ ଟ୍ରେନ୍ ଭିତରକୁ ଛଡ଼ାଯିବ।
  • କରୋନା ଲକ୍ଷଣ ଅନୁଭୂତ ହେଲେ ଟିକେଟ୍ କନଫର୍ମ ହୋଇଥିଲେ ମଧ୍ୟ ଯିବାକୁ ଦିଆଯିବନି।
  • ଟ୍ରେନରେ ଚଢ଼ିବା ଏବଂ ଓହ୍ଲାଇବା ବେଳେ ସାମାଜିକ ଦୂରତା ପାଳନ କରାଯିବ। ମଡିଲ୍ ବର୍ଥରେ ଟିକେଟ୍ ବୁକିଂ ବାତିଲ୍ ରହିଛି। ମାସ୍କ ପିନ୍ଧିବା ଅନିର୍ବାର୍ଯ୍ୟ।
  • ରେଳ ଯାତ୍ରାର ଦୁଇ ଘଣ୍ଟା ପୂର୍ବରୁ ଷ୍ଟେସନରେ ପହଞ୍ଚିବାକୁ ହେବ। ନୂଆ ନିର୍ଦ୍ଦାରିତ ଷ୍ଟପେଜରେ ଟ୍ରେନ ରହିବ।

ଆହୁରି ପଢ଼ନ୍ତୁ

ସୋମବାର ଅପରାହ୍ନ ୪ଟାରୁ ରିଜରଭେସନ ସୁବିଧା ଆରମ୍ଭ ହୋଇଛି। ରିଜରଭେସନ ସୁବିଧା କେବଳ ଆଇଆରସିଟି ୱେବ୍‌ସାଇଟ୍‌ରେ ଉପଲବ୍‌ଧ ରହିଛି। ଟିକେଟ୍‌ କାଉଣ୍ଟରରେ ଟିକେଟ୍‌ ମିଳିବନି ବୋଲି ରେଳ ବିଭାଗ କହିଛି।

ନୂଆଦିଲ୍ଲୀ ଷ୍ଟେସନରୁ ଦିବ୍ରୁଗଡ, ଅଗରତାଲା, ହାଓ୍ୱାଡ଼ା, ପାଟନା, ବିଳାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଥିରୁଅନନ୍ତପୁରମ୍, ମାଡଗାଓଁ, ମୁମ୍ବାଇ ସେଣ୍ଟ୍ରାଲ, ଅହମଦାବାଦ ଏବଂ ଜମ୍ମୁ ତାୱିକୁ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ ବୋଲି ସୂଚନା ରହିଛି। ମେ’ ୧୨ରୁ ପ୍ରାଥମିକ ଭାବରେ ୧୫ ଯୋଡ଼ା ୩୦ଟି ଟ୍ରେନ୍ ଅପ୍ ଆଣ୍ଡ ଡାଉନ୍ କରିବ।

[ad_2]
Show More
Back to top button