ଅନ୍ୟାନ୍ୟଦେଶଧର୍ମନ୍ୟୁଜ୍ରାଜନୀତିରାଜ୍ୟସାହିତ୍ୟ ଓ ସଂସ୍କୃତିସ୍ପେଶାଲ୍ ରିପୋର୍ଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବରାତ୍ରର ଶୁଭେଚ୍ଛା ଜଣାଇଲେ ଦେଶବାସୀଙ୍କୁ

ସତ୍ୟଶିଖା (ନୂଆଦିଲ୍ଲୀ) ୧୭/୧୦/୨୦୨୦ : ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ର । ଏହି ଅବସର​ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମା’ ଶୈଳପୁତ୍ରୀଙ୍କ ପୂଜାରୁ ପ୍ରାରମ୍ଭ ହୋଇଥିବା ଏ ଉତ୍ସବ ଆସନ୍ତା ନଅ ଦିନ ପର୍ଯ୍ୟନ୍ତ ଚାଲିବ । ଅକ୍ଟୋବର ୨୬ରେ ଦଶହରା ସହ ଶେଷ ହେବ । ମୋଦି ଟ୍ୱିଟ୍ କରି ଦେଶବାସୀଙ୍କୁ ନବରାତ୍ରର ଶୁଭେଚ୍ଛା ଜଣାଇଛନ୍ତି ।  ସେ କହିଛନ୍ତି ‘ନବରାତ୍ରିରେ ସମସ୍ତଙ୍କୁ ଶୁଭେଚ୍ଛା । ଜଗତ ଜନନୀ ମା ଜଗଦମ୍ବା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣନ୍ତୁ । ଜୟ ମାତା ଦି ।’ଏହା ସହ ମୋଦି ଅନ୍ୟ ଏକ ଟ୍ୱିଟ୍ କରିଛନ୍ତି । ଯେଉଁଥିରେ ନବରାତ୍ରର ପ୍ରଥମ ଦିନରେ ମା ଶୈଳପୁତ୍ରୀଙ୍କୁ ଆଶୀର୍ବାଦ ଭିକ୍ଷା କରିଛନ୍ତି । ସମଗ୍ର ସଂସାର ସୁରକ୍ଷିତ, ସୁସ୍ଥ ଓ ସମୃଦ୍ଧ ରହୁ ବୋଲି କାମନା କରିଛନ୍ତି । ଏହା ସହ ମା’ଙ୍କ ଆଶୀର୍ବାଦ ଗରିବ ଓ ଶ୍ରମିକ ଦୁନିଆରେ ସକାରାତ୍ମକ ପରିବର୍ତନ ଆଣିବାରେ ଶକ୍ତି ପ୍ରଦାନ କରୁ ବୋଲି କହିଛନ୍ତି । ତେବେ କରୋନା ମହାମାରୀ ମଧ୍ୟରେ ଆରମ୍ଭ ହୋଇଥିବା ନବରାତ୍ର ପାଇଁ ଗୃହ ମନ୍ତ୍ରାଳୟ ତରଫରୁ ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି ।

Show More
Back to top button