ରେଳବାଇର ଘରୋଇ କରଣ ପାଇଁ ପ୍ରଥମ ଗୋଟି ଚଳାଇଲେ ମୋଦି ସରକାର

ନୂଆଦିଲ୍ଲୀ: ରେଳବାଇକୁ ଘରୋଇ କମ୍ପାନୀ ଗୁଡ଼ିକ ହାତରେ ଟେକି ଦେବା ପାଇଁ ଆରମ୍ଭରୁ ହିଁ ଯୋଜନା କରିଥିବା ମୋଦି ସରକାର ଏବେ ସେହି ଦିଗରେ ଗୋଟିଏ ପାଦ ଆଗେଇଛନ୍ତି। ଏଥିପାଇଁ ବିଭିନ୍ନ ଘରୋଇ କମ୍ପାନୀଙ୍କୁ ସରକାରଙ୍କ ପକ୍ଷରୁ ରେଳବାଇ ସହ ସାମିଲ ହେବାକୁ ଆହ୍ୱାନ କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ସରକାର ୧୦୦ଟି ରୁଟରେ ୧୫୧ଟି ଟ୍ରେନକୁ ଘରୋଇ କମ୍ପାନୀଗୁଡ଼ିକ ଦ୍ୱାରା ଚଳାଚଳ କରିବାକୁ ଅନୁମତି ଦେବେ। ତେଣୁ ଏହି ଟ୍ରେନ୍‌କୁ ଚଳାଚଳ କରିବାକୁ ଇଚ୍ଛୁକ ଥିବା ଘରୋଇ କମ୍ପାନୀଗୁଡ଼ିକ ରେଳବାଇ ସହ ସାମିଲ ହୋଇପାରିବେ ବୋଲି ସରକାର କହିଛନ୍ତି।

ଆହୁରି ପଢ଼ନ୍ତୁ

ଏଥିପାଇଁ ଘରୋଇ କମ୍ପାନୀଗୁଡ଼ିକୁ ପ୍ରାୟ ୩୦ ହଜାର ପୁଞ୍ଜି ନିବେଶ କରିବାକୁ ପଡ଼ିବ। ଏହି ଟ୍ରେନଗୁଡ଼ିକ ମଧ୍ୟରୁ ଦୁଇଟି ରୁଟ୍‌ରେ ଚଳାଚଳ କରିବାକୁ ଥିବା ଟ୍ରେନର ଘଣ୍ଟାପ୍ରତି ବେଗ ୧୩୦ କିମି କରିବାକୁ ମଧ୍ୟ ଯୋଜନା କରାଯାଉଛି।

ରେଳବାଇ ବୋର୍ଡର ଚେୟାରମ୍ୟାନ କହିଛନ୍ତି, ଏହି ଘରୋଇ କମ୍ପାନୀଗୁଡ଼ିକ ତରଫରୁ ଚାଲିବାକୁ ଥିବା ଟ୍ରେନ ପ୍ରକଳ୍ପ ୨୦୨୩ ଏପ୍ରିଲରୁ ହିଁ ଆରମ୍ଭ କରାଯିବ। ଏହାର ସମସ୍ତ କୋଚ୍‌ଗୁଡ଼ିକ ମେକଇନ ଇଣ୍ଡିଆ ଅଧୀନରେ ତିଆରି କରାଯିବ। ସେହିପରି ଟ୍ରେନ ଭଡ଼ା ମଧ୍ୟ ଅଧିକ କରାଯିବ ନାହିଁ ଓ ସମସ୍ତଙ୍କୁ ସୁହାଇଲା ଭଳି ବ୍ୟବସ୍ଥା କରାଯିବ।

ଆହୁରି ପଢ଼ନ୍ତୁ



[ad_2]

Exit mobile version