ରାଜ୍ୟ

ରେଡ୍ ଜୋନ୍‌ରେ ଗଞ୍ଜାମ | Satyasikha

ଭୁବନେଶ୍ୱର (ସତ୍ୟଶିଖା): ଭଦ୍ରକ, ବାଲେଶ୍ୱର, ଯାଜପୁର ,ଭୁବନେଶ୍ୱର ପୌର ନିଗମ ପରେ ଏବେ ରେଡ୍‌ ଜୋଡ଼ରେ ସାମିଲ ହୋଇଛି ଗଞ୍ଜାମ ଜିଲ୍ଲା।    ୨୧ ଜଣ କରୋନା ଚିହ୍ନଟ ହେବା ପରେ ଏହି ଜିଲ୍ଲାକୁ ରେଡ୍‌ ଜୋନ ଭାବେ ଘୋଷଣା କରିଛନ୍ତି ସରକାର। ଆଜି ଗଞ୍ଜାମ ଜିଲ୍ଲାରେ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ବେଳେ ପୂର୍ବରୁ ଚାରି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଆହୁରି ପଢ଼ନ୍ତୁ

ସେହିପରି ମୟୂରଭଞ୍ଜ ଜିଲ୍ଲା ଗ୍ରୀନ ଜୋନ ତାଲିକାରେ ଥିବା ବେଳେ ଚାରି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଜିଲ୍ଲାକୁ ଅରେଞ୍ଜ ଜୋନ ତାଲିକାଭୁକ୍ତ କରାଯାଇଛି। ଜଗସିଂହପୁର ଜିଲ୍ଲାରେ ଚାରି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଜିଲ୍ଲାକୁ ଅରେଞ୍ଜ ଜୋନ ଭାବେ ଘୋଷଣା କରାଯାଇଛି।  ପୂର୍ବରୁ  ଜଗତସିଂହପୁର ଜିଲ୍ଲାକୁ  ଗ୍ରୀନ ଜୋନ ତାଲିକାରେ ରଖାଯାଇଥିଲା।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ ଥିବା ବେଳେ ୬୧ଜଣ ସୁସ୍ଥ ହୋଇଛନ୍ତି।  ଅନ୍ୟମାନେ ବିଭିନ୍ନ କୋଭିଡ୍ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଆମ ରାଜ୍ୟରେ ଦୁଇ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

 

 

[ad_2]
Show More
Back to top button