ରେଡି ଫିଲ୍ମର ଅଭିନେତା ମୋହିତଙ୍କୁ ନେଇଗଲା କ୍ୟାନ୍ସର

ମୁମ୍ବାଇ: ଚାଲିଗଲେ ଆଉ ଜଣେ ଯୁବ ଅଭିନେତା। ଟେଲିଭିଜନ ତଥା ବଲିଉଡର ଜଣାଶୁଣା ଅଭିନେତା ମୋହିତ ବାଘେଲଙ୍କ କର୍କଟ ରୋଗରେ ଆଜି ସକାଳେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ହୋଇଥିଲା। ନିଜ ହୋମଟାଉନ୍‌ ଉତ୍ତରପ୍ରଦେଶର ମଥୁରାରେ ଆଜି ତାଙ୍କର ପରଲୋକ ଘଟିଛି। କିଛି ଦିନ ପୂର୍ବେ ଦିଲ୍ଲୀ ଏମସ୍‌ରେ କର୍କଟ ରୋଗରେ ସେ ଚିକିତ୍ସାଧୀନ ଥିଲେ।

ମୋହିତ ୨୦୧୧ରେ ସୁପରଷ୍ଟାର ସଲମନ୍‌ ଖାନ୍‌ଙ୍କ ରେଡି ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି। ବଲିଉଡ୍‌ ଫିଲ୍ମମେକର ରାଜ୍‌ ସାଣ୍ଡିଲ୍ୟ ଏବଂ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା, ପରିନୀତି ଚୋପ୍ରା ଶୋକ ପ୍ରକାଶ କରିଛନ୍ତି। ୨୦୧୯ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଜବରିଆଁ ଜୋଡ଼ି’ରେ ମଧ୍ୟ ମୋହିତ କାମ କରିଛନ୍ତି।

ଆହୁରି ପଢ଼ନ୍ତୁ

ଏହି ଚଳଚ୍ଚିତ୍ରରେ ଲିଡ୍‌ ରୋଲରେ ଉଭୟ ପରିନୀତି ଚୋପ୍ରା ଏବଂ ସିଦ୍ଧାର୍ଥ ମଲହୋତ୍ରା ଅଭିନୟ କରିଛନ୍ତି। ରାଜ୍‌ ସାଣ୍ଡିଲ୍ୟ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଭାବପ୍ରବଣଭରା  ପୋଷ୍ଟ କରିଛନ୍ତି।

ସେ ଲେଖିଛନ୍ତି ଯେ, ‘ମୋହିତ ମୈରେ ଭାଇ  ଇତନୀ ଜଲଦି କ୍ୟା ଥୀ ଜାନେ କୀ ? ରିଆଲିଟି ସୋ ‘ଛୋଟେ ମିଆ’ରୁ କ୍ୟାରିଅର ଆରମ୍ଭ କରିଥିଲେ ବାଘେଲ। ୨୦୧୧ ସଲମାନ୍‌ ଖାନ୍‌ଙ୍କ ଅଭିନୀତି ରେଡିରେ ନଜର ଆସିଥିଲେ ମୋହିତ। ମାସେ ପୂର୍ବରୁ  ବଲିଉଡର ଦୁଇ ପ୍ରସିଦ୍ଧ ହସ୍ତୀ  ଇରଫାନ୍‌ ଖାନ ଓ ଋଷିକପୁରଙ୍କ ମଧ୍ୟ କର୍କଟରେ ମୃତ୍ୟୁ ଘଟିଥିଲା। ଏବେ ଯୁବ ଅଭିନେତା ମୋହିତ ବାଘେଲଙ୍କ ପରଲୋକ ବଲିଉଡ୍‌ ପାଇଁ ଆଉ ଏକ କ୍ଷତି ବୋଲି କୁହାଯାଉଛି।



[ad_2]

Exit mobile version