ରୂପେଲି ପରଦାରେ ନଜର ଆସିବେ ଶେହନାଜ୍


ନୂଆଦିଲ୍ଲୀ: ‘ବିଗ୍ ବସ୍-୧୩’ ପରେ ଯଦି ସବୁଠୁ ଅଧିକ କିଏ ଲୋକପ୍ରିୟ ହୋଇଛନ୍ତି, ସେ ହେଉଛନ୍ତି ଶେହନାଜ୍ ଗିଲ୍। ଶୋ’ରେ ତାଙ୍କର ଚୁଲବୁଲି ଅନ୍ଦାଜ ଦର୍ଶକଙ୍କ ମନ ଜିତିନେଇଥିଲା। ତାଙ୍କ ଫ୍ୟାନ୍ ଫଲୋଇଂ ବହୁତ ବଢ଼ିଯାଇଛି। ବିବି ହାଉସରୁ ବାହାରିବା ପରେ ପ୍ରଶଂସକମାନେ ତାଙ୍କୁ ଫିଲ୍ମ ପରଦାରେ ଦେଖିବାକୁ ଚାହୁଁଛନ୍ତି। ତେବେ ସେହି ଫ୍ୟାନମାନଙ୍କ ପାଇଁ ଖୁସି ଖବର। ଶେହନାଜ୍ ଖୁବଶୀଘ୍ର ପଞ୍ଜାବୀ ଗାୟକ ଜିପି ଗ୍ରେୱାଲଙ୍କ ସହ କାମ କରିବାକୁ ଯାଉଛନ୍ତି।
— Gippy Grewal (@GippyGrewal) April 27, 2020
ସୂଚନା ଅନୁଯାୟୀ, ଜିପି ଗ୍ରେୱାଲ୍ ଶେହନାଜ ଗିଲଙ୍କ ସହ ଏକ ଗୀତ ଏବଂ ସିନେମା କରିବେ। ଏ ନେଇ ନିଜେ ଜିପି ଟ୍ୱିଟରରେ ସୂଚନା ଦେଇଥିଲେ। ହେଲେ ବର୍ତ୍ତମାନ ଏହି ଟୁଇଟ୍ ଡିଲିଟ୍ ହୋଇଯାଇଛି। କିନ୍ତୁ ତାଙ୍କ ଟ୍ୱିଟ ପଢ଼ିଥିବା ପ୍ରଶଂସକମାନେ ଟ୍ୱିଟରରେ ଶାହନାଜ ଏବଂ ଜିପି ଗ୍ରୁଆଲଙ୍କୁ ଟ୍ରେଣ୍ଡ କରୁଛନ୍ତି। ପ୍ରଶଂସକମାନେ ଉଭୟଙ୍କୁ ଏକାଠି ପରଦାରେ ଦେଖିବାକୁ ବହୁତ ଉତ୍ସୁକ ଅଛନ୍ତି।
Will wait for it😍❤️@GippyGrewal @ishehnaaz_gill#Shehnaazians #ShehnaazGill pic.twitter.com/Pz0jR4PbN1
— Shehnaaz Gill Fan (@FanShehnaaz) April 27, 2020
ପୂର୍ବରୁ ଶେହନାଜଙ୍କ ବିଷୟରେ ଖବର ଆସିଥିଲା ଯେ ସେ ଟେଲି ଅଭିନେତା ଅର୍ଜୁନ ବିଜଲାନୀଙ୍କ ସହ ରିଆଲିଟି ଶୋ’ ‘ଡ୍ୟାନ୍ସ ଦିୱାନେ’ ହୋଷ୍ଟ କରିବେ। ଏହା ବ୍ୟତୀତ ସେ ‘ନଚ୍ ବାଲିଏ ୧୦’ରେ ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ଅଂଶଗ୍ରହଣ କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। କେବଳ ଏ ଦୁହେଁ ନୁହଁନ୍ତି, ସୂଚନା ଅନୁଯାୟୀ, ‘ନାଚ ବଲିଏ ୧୦’ ର ନିର୍ମାତାମାନେ ବିଗ୍ ବସ୍ ୧୩ ର ସମସ୍ତ କପଲଙ୍କୁ ଶୋ’ରେ ନେବାକୁ ଚାହୁଁଛନ୍ତି।
ଶେହନାଜଙ୍କୁ ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ଶେଷ ଥର ପାଇଁ ‘ଭୁଲା ଦୁଙ୍ଗା’ରେ ଦେଖିବାକୁ ମିଳିଥିଲା। ଏହି ଭିଡିଓଟି ବେଶ୍ ହିଟ୍ ହୋଇଥିଲା। ତେବେ ତାଗକୁ ତାଙ୍କର ଟୋନି କକ୍କରଙ୍କ ସହ ମଧ୍ୟ ଏକ ମ୍ୟୁଜିକ୍ ଭିଡିଓ ଆସିପାରେ।
[ad_2]