ଦେଶ

ରୁଷିଆ ଗଲେ ରାଜନାଥ ସିଂହ – Satyasikha

ନୂଆଦିଲ୍ଲୀ: ତିନି ଦିନିଆ ରୁଷିଆ ଗସ୍ତରେ ଗଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। କରୋନା ଭାଇରସ ଲକଡାଉନ୍ ପରେ ପ୍ରଥମ ମନ୍ତ୍ରୀ ଯିଏକି ବିଦେଶ ଗସ୍ତରେ ଯାଇଛନ୍ତି। ଚୀନ୍ ସହିତ ସୀମା ବିବାଦ ଚାଲିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆଲୋଚନା ହେଉଛି।

ଆହୁରି ପଢ଼ନ୍ତୁ

ସଂଧ୍ୟା ପ୍ରାୟ ୬-୭ ସମୟରେ ମସ୍କୋରେ ରାଜନାଥ  ସିଂହ ଅବତରଣ କରିବେ। ମଙ୍ଗଳବାର (ଜୁନ୍ ୨୩) ରାଜନାଥଙ୍କ ତିନି ଦିନିଆ ଗସ୍ତର ଗୁରୁତ୍ୱପୂର୍ଣ୍ଣ ଦିନ। କାରଣ ରାଜନାଥ ସିଂ ପ୍ରତିରକ୍ଷା ମନ୍ତ୍ରୀ ସରୋଜ ଶୋଏଗୁଙ୍କୁ ଏହି ଦିନ ଭେଟିବେ। ଏହି ସମୟରେ ଦୁଇ ଦେଶ ପ୍ରତିରକ୍ଷା ଚୁକ୍ତି ଉପରେ ମଧ୍ୟ ଆଲୋଚନା କରିବେ।

ସେହିପରି ବୁଧବାର (ଜୁନ୍ ୨୪)ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ସୋଭିଏତ୍ ୟୁନିଅନର ବିଜୟର ୭୫ ତମ ବିଜୟ ପରେଡରେ ଅଂଶଗ୍ରହଣ କରିବେ। ରୁଷିଆ ଏବଂ ରୁଷିଆର ସହଯୋଗୀ ଦେଶ ଗୁଡିକର ସର୍ବୋଚ୍ଚ ବଳିଦାନ ଅବସରରେ ଏହି ପରେଡ୍ ପ୍ରତିବର୍ଷ ଆୟୋଜିତ ହୋଇଥାଏ। ଏହାପର ଦିନ (ଜନ୍ ୨୫)ରେ ପ୍ରତିରକ୍ଷା ମନ୍ତ୍ରୀ ସ୍ୱଦେଶ ଫେରିବେ।



[ad_2]

Show More
Back to top button