ରୁଷକୁ ଝଟକା, ମହାକାଶରୁ ଖସିଲା ରକେଟ୍


ମୋସ୍କୋ: ରୁଷକୁ ମହାକାଶରେ ଝଟକା। ୯ ବର୍ଷ ପରେ ଏହି ଝଟକା ଲାଗିଛି। ଦୀର୍ଘ ୯ ବର୍ଷ ତଳେ ମହାକାଶର ଉପଗ୍ରହକୁ ଉତକ୍ଷେପଣ କରୁଥିବା ଗୋଟିଏ ରକେଟ୍ ଏବେ ଅରବିଟରେ ଖସିପଡ଼ିଛି। ଯାହାର ଖଣ୍ଡ ବିଖଣ୍ଡିତ ପୃଥିବୀ ଉପରେ ଆବର୍ଜନା ଆକାରରେ ପଡିଛି। ରୁଷିଆର ଅନ୍ତରୀକ୍ଷ ସଂସ୍ଥା ରସକୋସମସ ଏହି ସୂଚନା ଦେଇଛି। ୨୦୧୧ରେ ଫ୍ରେଗେଟ୍-ଏସବି ରକେଟ୍ ଜରିଆରେ ସ୍ପେକଟର-ଆର ସାଟେଲାଇଟକୁ ଉତକ୍ଷେପଣ କରାଯାଇଥିଲା।
#18SPCS confirmed that the breakup of FREGAT DEB (TANK) (#37756, 2011-037B) occurred on May 8, 2020, between 0402 and 0551 UTC. Tracking 65 associated pieces – no indication caused by collision. #spaceflightsafety #spacedebris
— 18 SPCS (@18SPCS) May 9, 2020
ତେବେ ଏହି ସାଟେଲାଇଟରେ ଲାଗିଥିବା ଏକ ରେଡିଓ ଟେଲିସ୍କୋପ କିନ୍ତୁ ଗତ ବର୍ଷ ଗ୍ରାଉଣ୍ଡ କଣ୍ଟ୍ରୋଲ ସେଣ୍ଟରକୁ ସୂଚନା ଦେବା ବନ୍ଦ କରି ଦେଇଥିଲା। ତେଣୁ ରୁଷିଆ ସରକାର ଏହି ସାଟେଲାଇଟକୁ ମେ ୨୦୧୯ ରେ ମୃତ ଘୋଷଣା କରିଥିଲେ। ଏହି ରକେଟ୍ ମେ’ ୮ରେ ଭାରତ ମହାସାଗର ଉପରେ ଖସି ପଡିଛି। ଏବେ ଭାରତ ମହାସାଗରରେ ଏହି ସାଟେଲାଇଟ୍ କେଉଁଠି ଖସି ପଡ଼ିଛି ସେ ବାବଦରେ ଛାନଭିନ୍ କରୁଛି ରସକୋସମସ।
[ad_2]