ସ୍ୱାସ୍ଥ୍ୟ

ଫୁସ୍‌ଫୁସ୍‌ କ୍ୟାନ୍‌ସର୍‌ର କାରଣ

ସତ୍ୟଶିଖା(ଭୁବନେଶ୍ୱର )୧୭.୧୧.୨୦୨୨:  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ୬ ମିଲିୟନ୍‌ ଲୋକଙ୍କର ତମାଖୁ ସେବନରେ ମୃତ୍ୟୁ ହେଉଛି। ତମାଖୁ ସେବନ ଫୁସଫୁସ୍‌ କର୍କଟର ମୁଖ୍ୟ କାରଣ। ତେଣୁ ତମାଖୁ ସେବନରୁ ବିରତ ରୁହନ୍ତୁ ଓ ଏକ ସୁସ୍ଥ ଜୀବନ ବଞ୍ଚନ୍ତୁ। ତା’ହେଲେ ଆସନ୍ତୁ ଜାଣିବା ଅନ୍ୟ କେଉଁ କାରଣ ଯୋଗୁ ଫୁସ୍‌ଫୁସ କ୍ୟାନ୍‌ସର୍‌ ହୋଇଥାଏ। ସେହିପରି ଏହାର ଲକ୍ଷଣ ଓ  ପ୍ରତିକାର ସଂପର୍କରେ ବି ଜାଣିବା।

ଫୁସ୍‌ଫୁସ୍‌ କ୍ୟାନ୍‌ସର୍‌ର ପ୍ରମୁଖ୍ୟ କାରଣ
୧. ଧୂମପାନ
୨. ଗୁଟ୍‌କା ଓ ପାନ ଆଦି ଖାଇବା
୩. ଅତ୍ୟଧିକ ମଦ୍ୟପାନ କରିବା
୪. ଫ୍ୟାମିଲି ହିଷ୍ଟ୍ରି୫.ତେବେ ଅନେକ ସମୟରେ ଦେଖାଯାଇଥାଏ, ଧୂମପାନ କରୁ ନଥିବା ଓ ଫ୍ୟାମିଲି ହିଷ୍ଟ୍ରି ନଥିବା ଲୋକେ ମଧ୍ୟ ଫୁସଫୁସ୍‌ କ୍ୟାନ୍‌ସର୍‌ରେ ଆକ୍ରାନ୍ତ ହୋଇଥା’ନ୍ତି।

ଏହାର କାରଣ ହେଉଛି ମ୍ୟୁଟେସନ୍‌। ଏହାର ଅର୍ଥ ଶରୀରରେ କୋଷିକା ଗୁଡ଼ିକ ଠିକ୍ ଭାରେ ବିଭାଜିତ ହୋଇ ନପାରିଲେ କ୍ୟାନ୍‌ସର ହୋଇଥାଏ।ଫୁସ୍‌ଫୁସ୍‌ କ୍ୟାନ୍‌ସର୍‌ର ଲକ୍ଷଣ
୧. କାଶ ହେବା, ଖଙ୍କାର ବାହାରିବା
୨. କଫରେ ରକ୍ତ ପଡ଼ିବା
୩. ଧଇଁସଇଁ ଲାଗିବା ବା ଥକା ଲାଗିବା
୪. ବାନ୍ତି ଲାଗିବା
୫. ଅଣ୍ଟା ବିନ୍ଧିବାଫୁସ୍‌ଫୁସ୍‌ କ୍ୟାନ୍‌ସର୍‌ର ଚିକିତ୍ସା ପଦ୍ଧତି

ଫୁସ୍‌ଫୁସ୍‌ କ୍ୟାନ୍‌ସର୍‌କୁ ତିନୋଟି ପଦ୍ଧତିରେ ଚିକିତ୍ସା କରାଯାଇଥାଏ। କୋମେଥେରାପି, ରେଡିଓଥେରାପି ଓ ସର୍ଜରୀ। ଏହା ବ୍ୟତୀତ ଜଣେ ରୋଗୀ ଟାର୍ଗେଟେଡ୍‌ ଥେରାପି ଏବଂ ଇମ୍ୟୁନୋ ଥେରାପି ମଧ୍ୟ କରି ପାରିବେ। ଏହି ଦୁଇଟି ଥେରାପି କେମୋଥେରାପିଠାରୁ ଟିକେ ଅଲଗା।କେମୋଥେରାପିରେ ରୋଗୀ ଶରୀରରେ କ୍ୟାନ୍‌ସର୍‌ ସେଲ୍‌ ନଷ୍ଟ ହେବା ସହିତ ଅନ୍ୟ ସୁସ୍ଥ ସେଲ୍‌ ମଧ୍ୟ ନଷ୍ଟ ହୋଇ ଯାଇଥାଏ। ଏଥିପାଇଁ କେମୋଥେରାପିର ସାଇଡ୍‌ ଇଫେକ୍ଟ ରହିଛି। କିନ୍ତୁ ଟାର୍ଗେଟେଡ୍‌ ଥେରାପିରେ କେବଳ ଟାର୍ଗେଟେଡ୍‌ କ୍ୟାନ୍‌ସର୍‌ ସେଲ୍‌ଗୁଡ଼ିକୁ ହିଁ ଚିକିତ୍ସା କରାଯାଇଥାଏ।ଇମ୍ୟୁନୋଥେରାପିରେ ଶରୀରରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ।  କ୍ୟାନ୍‌ସର୍‌ ହେଲେ ରୋଗୀର ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ। ରୋଗ ସହିତ ଲଢ଼ିବା ପାଇଁ ଶରୀରରେ ଶକ୍ତି ନଥାଏ। ଇମ୍ୟୁନୋଥେରାପିରେ କ୍ୟାନ୍‌ସର୍‌ ରୋଗୀର ଏହି ଶକ୍ତିକୁ ବୃଦ୍ଧି କରାଯାଇଥାଏ।କ୍ୟାନସର୍‌ ନ ହେବା ପାଇଁ କ’ଣ ସାବଧାନତା ଅବଲମ୍ୱନ କରିବା ଉଚିତ୍‌
୧. ଧୂମପାନରୁ ଦୂରେଇ ରୁହନ୍ତୁ୨. ଖରାରେ କମ୍‌ ବୁଲନ୍ତୁ୩. ସନ୍ତୁଳିତ ଆହାର ଖାଆନ୍ତୁ।

Show More
Back to top button