ମୁମ୍ବାଇ: ଟେଲିଭଜନର ଲୋକପ୍ରିୟ ହୋଷ୍ଟ ମନୀଷ ପଲ୍ ବର୍ତ୍ତମାନର ପରିସ୍ଥିତି ଉପରେ ଏକ ଶର୍ଟ ଫିଲ୍ମ ତିଆରି କରିଛନ୍ତି। ୭ ମିନିଟ୍ ୨୭ ସେକେଣ୍ଡର ଏହି ଶର୍ଟ ଫିଲ୍ମର ନାଁ ସେ ‘ହ୍ୱାଟ୍ ଇଫ୍’ ରଖିଛନ୍ତି। ମନୀଷ ଏଥିରେ ଲୋକଙ୍କୁ ଘରେ ସୁରକ୍ଷିତ ରହିବାକୁ ଏବଂ ଲକଡାଉନ୍ ନିୟମ ପାଳନ କରିବାକୁ ବାର୍ତ୍ତା ଦେଇଛନ୍ତି। ତେବେ ସବୁଠୁ ବିଶେଷ କଥା ହେଲା, ଏହି ଶର୍ଟ ଫିଲ୍ମଟିକୁ ବଲିଉଡର ମହାନାୟକ ଅମିତାଭ ବଚ୍ଚନ ପସନ୍ଦ କରିଛନ୍ତି ଏବଂ ଟ୍ୱିଟ୍ କରି ମନୀଷଙ୍କୁ ପ୍ରଶଂସା କରିଛନ୍ତି।
ବିଗ୍ ବି ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଫିଲ୍ମର ପ୍ରଶଂସା କରି ଲେଖିଛନ୍ତି, ‘ମନୀଷ ପଲ୍ ବର୍ତ୍ତମାନର ପରିସ୍ଥିତି ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି, ଯାହାର ପ୍ରତ୍ୟେକଟି ସିନ୍ ଗୁରୁତ୍ୱପୂର୍ଣ୍ଣ। ପ୍ରତ୍ୟେକ ପ୍ରୟାସ ପ୍ରସଂଶନୀୟ।’
T 3535 -Maniesh Paul .. makes a short film on present conditions.. … every drop counts ..every effort counts..https://t.co/VUqu0C7X56
— Amitabh Bachchan (@SrBachchan) May 19, 2020
ଆହୁରି ପଢ଼ନ୍ତୁ
କ’ଣ ରହିଛି ଏହି ଫିଲ୍ମରେ?
‘ହ୍ୱାଟ୍ ଇଫ୍’ ନାମକ ଏହି ସର୍ଟ ଫିଲ୍ମଟି କ୍ୱାରେଣ୍ଟାଇନ୍ର ପଞ୍ଚମ ଦିନରୁ ଆରମ୍ଭ ହୋଇଛି। ପଞ୍ଚମ ଦିନରେ ମନୀଷ ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ସହ କଥାବାର୍ତ୍ତା କରୁଛନ୍ତି। ସେ ଘରେ ସମୟ ବିତାଇବାକୁ ବେଶ୍ ଉତ୍ସାହିତ ଅଛନ୍ତି। ତା’ପରେ ଫିଲ୍ମଟିରେ ସିଧାସଳଖ କ୍ୱାରେଣ୍ଟାଇନ୍ର ୩୦ ତମ ଦିନ ଦେଖାଯାଏ। ୩୦ ତମ ଦିନରେ ସେ ପୁଣିଥରେ ଇନଷ୍ଟାଗ୍ରାମରେ ଲାଇଭ୍ ଯାଆନ୍ତି ଓ ପ୍ରଶଂସକଙ୍କୁ ଘରୁ ବାହାରକୁ ନ ଯିବାକୁ ନିବେଦନ କରନ୍ତି। ଲକ୍ଡାଉନ୍ ହେତୁ ସବୁ ଜିମ୍ ଗୁଡ଼ିକ ଜିମ୍ ବନ୍ଦ ରହିଛି। ତେଣୁ ମନୀଷ ଘରେ ହିଁ ବ୍ୟାୟାମ କରୁଛନ୍ତି। ଏହାପରେ ଆସେ କ୍ୱାରେଣ୍ଟାଇନ୍ର ୧୬୦ତମ ଦିନ। ଏହି ଦିନ, ସେ ସେମାନଙ୍କ ଉପରେ ବହୁତ ରାଗିଯାଉଛନ୍ତି, ଯେଉଁମାନେ ନିଜ ରୋଗକୁ ଲୁଚାଉଛନ୍ତି। ମନୀଷ ରାଗିଯାଇ ସେମାନଙ୍କୁ ରାସ୍ତାରେ ନ ବୁଲି ଡାକ୍ତରଖାନା ଯାଇ ଚିକିତ୍ସା କରାଇବା ପାଇଁ କହୁଛନ୍ତି। ତା’ପରେ ଆସେ ୨୧୬ ତମ ଦିନ। ମନୀଷ ନିଜ ପରିବାରକୁ ବହୁତ ମନେ ପକାଉଛନ୍ତି। ସେ ବହୁତ ଦୁଃଖି ଥିବା ଦେଖାଯାଉଛନ୍ତି। ୨୫୦ ଦିନ ଆସିଲାବେଳକୁ ମନୀଷଙ୍କୁ ଇନଷ୍ଟାଗ୍ରାମ ଲାଇଭରେ ଆଉ କୌଣସି ବ୍ୟକ୍ତି ଦେଖନ୍ତି ନାହିଁ, ଫଳରେ ସେ ବିରକ୍ତ ହେଇଯାଉଛନ୍ତି ଏବଂ ଜୋର୍ ପାଟି କରି ଚିଲାଇବାକୁ ଲାଗନ୍ତି। ବାସ୍ ଏତିକିରେ ଫିଲ୍ମ ସରିଯାଏ। ଏବଂ ଭିଡିଓ ଶେଷରେ, ମନୀଷ ଲୋକମାନଙ୍କୁ ଘରେ ସୁରକ୍ଷିତ ରହିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି।
ସୋଶାଲ୍ ମିଡିଆରେ ବର୍ତ୍ତମାନ ମନୀଷଙ୍କ ଏହି ଫିଲ୍ମକୁ ବେଶ୍ ପ୍ରଶଂସା କରାଯାଉଛି। ଲକଡାଉନ୍ର ଏହି ଥିମ୍ ଏବଂ କାହାଣୀକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ବହୁ ଟେଲିଭିଜନ୍ ଷ୍ଟାରମାନେ ମଧ୍ୟ ଏହି ଫିଲ୍ମର ବହୁତ ପ୍ରଶଂସା କରୁଛନ୍ତି।
[ad_2]