ବିଦେଶ

କରୋନା ସଂକ୍ରମିତଙ୍କ ସହ ୬ ସରକାରୀ ଅଧିକାରୀଙ୍କ ସେଲଫି

ଇସଲାମାବାଦ: ଭାରତର ପଡ଼ୋଶୀ ପାକିସ୍ତାନରେ ୬ ଜଣ ସରକାରୀ ଅଧିକାରୀ କରୋନାରେ ଆକ୍ରାନ୍ତ ସେମାନଙ୍କର ଜଣେ ସହଯୋଗୀଙ୍କ ସହ ସେଲଫି ନେଇ ଏହାକୁ ଭାଇରାଲ କରିଛନ୍ତି। ଏଥିପାଇଁ ପାକିସ୍ତାନ ସରକାର ଏଭଳି ସରକାରୀ ବାବୁଙ୍କୁ ନିଲମ୍ବିତ କରିଛନ୍ତି।

ପାକିସ୍ତାନରେ ଏଯାଏ କରୋନାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଡନ୍‌ ନ୍ୟୁଜ ଏଜେନ୍ସିରେ ପ୍ରକାଶିତ ଖବର ଅନୁଯାୟୀ, ଖାଇପୁର ଜିଲ୍ଲାର ଡେପୁଟି କମିଶନର ୬ ଜଣ ରେଭିନ୍ୟୁ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ଏହି ଅଫିସରମାନେ କରୋନାରେ ଆକ୍ରାନ୍ତ ସେମାନଙ୍କର ଜଣେ ସହଯୋଗୀଙ୍କ ସହ ସେଲଫି ନେଇଥିଲେ। ସଂକ୍ରମିତ ଲୋକ ଜଣଙ୍କ ନିକଟରେ ଇରାନରୁ ଫେରିଥିଲେ।

ଆହୁରି ପଢ଼ନ୍ତୁ

ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି, ବ୍ୟକ୍ତି ଜଣଙ୍କ ଦୀର୍ଘ ଏକ ମାସ ପରେ ଇରାନରୁ ତୀର୍ଥଯାତ୍ରା କରି ଫେରିଥିବାରୁ ତାଙ୍କର ୬ ଜଣ ସହଯୋଗୀ ତାଙ୍କୁ ଦେଖା କରିବା ପାଇଁ ଯାଇଥିଲେ। ଏହି ସମୟରେ ଇରାନ ଫେରନ୍ତା ବ୍ୟକ୍ତିଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯାଇ ନଥିଲା। ଫଳରେ ସେମାନେ ସମସ୍ତେ ସେଲଫି ଉଠାଇଥିଲେ।

ଏହାପରେ ଏହାକୁ କିଛି ଅଧିକାରୀ ସୋଶାଲ ମିଡିଆରେ ଛାଡ଼ିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଇରାନ ଫେରନ୍ତା କରୋନାରେ ଆକ୍ରାନ୍ତ ଜଣାପଡ଼ିଥିଲା। ଫଳରେ ଡେପୁଟି କମିଶନର ଉକ୍ତ ୬ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି।

[ad_2]
Show More
Back to top button