ରାଜ୍ୟ

ରାୟଗଡ଼ା ଓ କେନ୍ଦ୍ରାପଡ଼ାରେ କରୋନା ନେଲା ମୁଣ୍ଡ

ଭୁବନେଶ୍ୱର (ସତ୍ୟଶିଖା): ରାଜ୍ୟରେ କରୋନାରେ ଆଉ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୮ରେ ପହଞ୍ଚି ଯାଇଛି।

ଏହି ଯେଉଁ ୬ ଜଣଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଓ ରାୟଗଡ଼ାର ଜଣେ ଲେଖାଏଁ ଅଛନ୍ତି। ଉଭୟ ଜିଲ୍ଲାରେ ଏହା ହେଉଛି ପ୍ରଥମ କରୋନା ମୃତ୍ୟୁ। ଆଉ ଉଭୟ ହେଉଛନ୍ତି ପୁରୁଷ।

ଆହୁରି ପଢ଼ନ୍ତୁ

କେନ୍ଦ୍ରାପଡ଼ାରେ ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ତାଙ୍କୁ ୪୯ ବର୍ଷ ହୋଇଥିଲା। ସେ ଡାଇବେଟିସ୍‌ରେ ମଧ୍ୟ ପୀଡ଼ିତ ଥିଲେ। ସେହିଭଳି ରାୟଗଡ଼ାରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସେ ଶ୍ୱାସ ଜନିତ ରୋଗରେ ପୀଡ଼ିତ ଥିଲେ।

ମୋଟ ୪୮ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୭ ଜଣ ରହିଛନ୍ତି। ଖୋର୍ଦ୍ଧାରୁ ୮ ଜଣ ଥିବା ବେଳେ କଟକରୁ ୫ ଓ ବରଗଡ଼, ସୁନ୍ଦରଗଡ଼, ଅନୁଗୋଳ, ପୁରୀ, ଯାଜପୁର ଏବଂ ଗଜପତିରୁ ଜଣେ ଲେଖାଏଁ ଅଛନ୍ତି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button