ଦେଶ

ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ, ମାଡ଼ିଗଲା ଟ୍ରକ

ପାଟଣା: ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ୮ ଜଣଙ୍କ ଉପରେ ମାଡ଼ି ଯାଇଛି। ବିହାର ସମସ୍ତିପୁରରେ ଏଭଳି ଘଟଣା ଘଟିଛି। ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ୫ ଜଣ ଗୁରୁତର ଭାବରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତିରେ ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକମାନେ ଟ୍ରକରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ସରଇରଞ୍ଜନ ଥାନା ଅଧିକାରୀ ସଞ୍ଜୀବ କୁମାର କହିଛନ୍ତି, ମଙ୍ଗଳବାର ରାତିରେ ତିଶ୍ୱରା ଗାଁ ପାଖରେ ଥିବା ଜାତୀୟ ରାଜପଥ ୧୦୩ ନିକଟରେ ଅନେକ ଲୋକ ଛିଡ଼ା ହୋଇଥିଲେ। ଟ୍ରକଟି ପାଟନାରୁ ସମସ୍ତିପୁର ଆଡକୁ ଯାଉଥିଲା। ହେଲେ ଭାରସାମ୍ୟ ହରାଇବାରୁ ରାସ୍ତା ପାଖରେ ଛିଡ଼ା ହୋଇଥିବା ଲୋକଙ୍କ ଉପରକୁ ମାଡ଼ି ଯାଇଥିଲା।

ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଜଣଙ୍କ ଚମ୍ପଟ ମାରିଥିଲା। ହେଲେ ସ୍ଥାନୀୟ ଲୋକମାନେ ଗୋଡ଼େଇ ଗୋଡ଼େଇ କିଛି ବାଟ ପରେ ଧରିଥିବା ସୂଚନା ରହିଛି। ହସ୍ପିଟାଲରେ ଭର୍ତ୍ତି ହୋଇଥିବା 5 ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ରହିଛି।

[ad_2]
Show More
Back to top button