ରାସ୍ତା ଉପରୁ ବଜ୍ରକାପ୍ତା ଉଦ୍ଧାର – Satyasikha

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ଲୋଇସିଂହା- ପଦ୍ମପୁର ରାସ୍ତାର କରକଚିଆ ଛକରୁ ଏକ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ଗତକାଲି କରକଚିଆ ଛକରେ ଦୋକାନୀମାନେ ରାସ୍ତା ଉପରେ ବଜ୍ରକାପ୍ତାକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ। ଦୁଇ ଦିନ ହେଲା ଜିଲ୍ଲାରେ ଲଗାତାର ବର୍ଷା ହେଉଥିବାରୁ ବଜ୍ରକାପ୍ତାଟି ଜଙ୍ଗଲ ଭିତରୁ ରାସ୍ତା ଉପରକୁ ଚାଲି ଆସିଥିବା କୁହାଯାଉଛି ।

ଆହୁରି ପଢ଼ନ୍ତୁ

ବଜାରରେ ବେଆଇନ ଭାବେ ବଜ୍ରକାପ୍ତାକୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରାଯାଉଥିବା ବେଳେ କରକଚିଆ ଛକର ଦୋକାନୀମାନେ ମାନଵିକତା ଦେଖାଇ ବନ ବିଭାଗକୁ ଖବର ଦେଇଥିଲେ। ଏଥିପାଇଁ ଦୋକାନୀ ମାନଙ୍କୁ ପ୍ରଶଂସା କରାଯାଇଛି।

[ad_2]
Exit mobile version