ରାଜ୍ୟ
ରାସ୍ତାରେ ପଡ଼ିଥିଲା ଗଛ, ଅଟକିଗଲା ସୁରତ ଫେରନ୍ତା ବସ୍


ବିନିକା(ଦିଲୀପ ସାହୁ): ରାସ୍ତାରେ ଗଛ ପଡ଼ି ଥିବାରୁ ବରପାଲି-ବିନିକା ମୁଖ୍ୟ ରାସ୍ତା ଏମ୍ଡି୍ଆର -୩୯ ଠାରେ ୫ଟି ସୁରତ ଫେରନ୍ତା ବସ୍ ଅଟକି ରହିଛି। ବସ୍ରୁ ଓହ୍ଲାଇ ପ୍ରବାସୀ ଓଡ଼ିଆ ବାହାରେ ବୁଲାବୁଲି କରୁଥିବା ସୂଚନା ମିଳିଛି।
ଆହୁରି ପଢ଼ନ୍ତୁ
ଗତକାଲି କାଳବୈଶାଖୀ ପ୍ରଭାବରେ ଗଛ ଉପୁଡ଼ି ରାସ୍ତାରେ ପଡ଼ି ରହିଛି। ଫଳରେ ରାସ୍ତା ଅବରୋଧ ହେବାସହ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍ ସେବା ମଧ୍ୟ ଠପ୍ ହୋଇଯାଇଛି। ରାସ୍ତାରେ ଗଛ ପଡ଼ିଥିବାରୁ ଏହି ବାଟ ଦେଇ ଯାଉଥିବା ୫ଟି ସୁରତ ଫେରନ୍ତା ବସ୍ ଅଟକି ରହିଛି। ଏହି ବସ୍ରେ ପ୍ରବାସୀ ଓଡ଼ିଆ ଅଛନ୍ତି।
ଖବରପାଇ ଘଟଣାସ୍ଥଳରେ ଏସ୍. ରାମପୁର ପୁଲିସ୍ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚିଛନ୍ତି। ରାସ୍ତା ଉପରୁ ଗଛ ହଟାଇବା ପାଇଁ ପ୍ରୟାସ ଚଳାଇଛନ୍ତି। ରାସ୍ତାରେ ଗଛ ପଡ଼ିଥିବାରୁ ଉଭୟ ପାର୍ଶ୍ୱରେ କିଛି ଗାଡ଼ି ଅଟକିଛି। ଆଉ କିଛି ସମୟ ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହେବ ବୋଲି ଜଣାପଡ଼ିଛି।