ରାସ୍ତାକଡ଼ରେ ଶୋଇଥିବା ପ୍ରବାସୀଙ୍କ ଉପରେ ମାଡ଼ିଗଲା ଟ୍ରକ, ୩ ମୃତ

ମିର୍ଜାପୁର: ଉତ୍ତର ପ୍ରଦେଶର ମିର୍ଜାପୁରରେ ପୁଣି ଏକ ଦୁଃଖଦ ଘଟଣା ଘଟିଛି। କରୋନା ଲକଡାଉନ ଯୋଗୁ ମୁମ୍ବାଇରୁ ଉତ୍ତର ପ୍ରଦେଶ ଦେଇ ବିହାର ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ଟ୍ରକ ମାଡ଼ି ଯାଇଛି।

ସେମାନେ ରାସ୍ତା କଡ଼ରେ ବିଶ୍ରାମ ନେଉଥିବା ବେଳେ ହିଁ ଟ୍ରକଟି ସେମାନଙ୍କ ଊପରେ ମାଡ଼ି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ

ଏହି ପ୍ରବାସୀ ଶ୍ରମିକମାନେ ଦୀର୍ଘ ଦିନରୁ ମୁମ୍ବାଇରେ ଫସି ରହିଥିଲେ। ତେବେ ଶେଷରେ କାର ଯୋଗେ ବିହାର ଫେରିବାକୁ ନିଷ୍ପତ୍ତି ନେଇଥିଲେ। କାର ଭଡ଼ା କରି ବିହାର ଫେରୁଥିବା ବେଳେ ଅଧା ରାସ୍ତାରେ କ୍ଲାନ୍ତ ଅନୁଭବ କରିଥିଲେ। ଏଥିପାଇଁ ମିର୍ଜାପୁର ନିକଟରେ ସେମାନେ ବିଶ୍ରାମ ନେଇଥିଲେ।

ବିଶ୍ରାମ ନେବା ବେଳେ ସେମାନଙ୍କୁ ନିଦ ହୋଇଯାଇଥିଲା। ଶୋଇଥିବା ଅବସ୍ଥାରେ ହିଁ ଟ୍ରକ୍‌ଟି ସେମାନଙ୍କ ଉପରେ ମାଡ଼ି ଯାଇଥିବା ଜଣାପଡ଼ିଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଟ୍ରକ ଚାଳକଙ୍କୁ ଗିରଫ କରିଛି।

[ad_2]
Exit mobile version