ଦେଶ

ରାମଦେବଙ୍କ କରୋନା ଔଷଧ ଉପରେ ଆୟୁଷ ମନ୍ତ୍ରଣାଳୟର ଛାଟ, ଜବାବ ତଲବ

ନୂଆଦିଲ୍ଲୀ: ଯୋଗ ଗୁରୁ ରାମଦେବଙ୍କ ପତଞ୍ଜଳୀ କରୋନାକୁ ମାତ ଦେବା ପାଇଁ ବାହାର କରିଥିବା ଆୟୁର୍ବେଦିକ ଔଷଧ ଏବେ ବିବାଦରେ ଫସି ଯାଇଛି। ରାମଦେବଙ୍କ କରୋନା ଔଷଧ କରୋଲିନ ଉପରେ ଆୟୁଷ ମନ୍ତ୍ରଣାଳୟ ସାମୟିକ ଭାବେ ରୋକ ଲଗାଇଛି। ଏଥିସହ ମନ୍ତ୍ରଣାଳୟ ଏହାକୁ ବଜାର ପ୍ରବେଶ ପାଇଁ ପରୀକ୍ଷା କରି ଅନୁମତି ନ ଦେବା ଯାଏ, ଏହାର କୌଣସି ପ୍ରଚାର ଓ ପ୍ରସାର କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି।

ଆଜି ପତଞ୍ଜଳୀ ପକ୍ଷରୁ କରୋଲିନ ନାମକରେ ଆଣ୍ଟି କୋଭିଡ ଟ୍ୟାବଲେଟ ତିଆରି କରାଯାଇଥିବା ଘୋଷଣା କରାଯାଇଥିଲା। ଏହି ଟ୍ୟାବେଲ ସଂପୂର୍ଣ୍ଣ ଭାବେ ଆୟୁର୍ବେଦିକ ଓ ୩ରୁ ୧୫ ମଧ୍ୟରେ ଏହା ସଂପୂର୍ଣ୍ଣ ରୂପେ କରୋନାକୁ ମାତ ଦେଇପାରିବ ବୋଲି ପତଞ୍ଜଳୀ ପ୍ରତିଷ୍ଠାତା ଯୋଗ ଗୁରୁ ବାବା ରାମଦେବ କହିଥିଲେ।

ଆହୁରି ପଢ଼ନ୍ତୁ

ହେଲେ ଆଇସିଏମଆର ଓ ଆୟୁଷ ମନ୍ତ୍ରଣାଳୟ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଥିଯାଇଥିଲା। ଏସବୁ ଭିତରେ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ “ପତଞ୍ଜଳୀ ଆୟୁର୍ବେଦିକ ଲିଃକୁ ଯଥାଶୀଘ୍ର ଔଷଧର ନାଁ ଓ ଏହାର ତିଆରି ପ୍ରଣାଳୀ ବିଷୟରେ ବିସ୍ତୃତ ତଥ୍ୟ ଦେବାକୁ କୁହାଯାଇଛି। ସେହିପରି କେଉଁ ହସ୍ପିଟାଲରେ ଏହାର ରିସର୍ଚ୍ଚ କରାଯାଇଥିଲା, ପ୍ରୋଟକଲ, ସାମ୍ପୁଲ ସାଇଜ, ଇନଷ୍ଟୁଚ୍ୟୁସନାଲ ଏଥିକ୍ସ କମିଟି କ୍ଲିୟରାନ୍ସ, ସିଟିଆର ପଞ୍ଜୀକରଣ ଓ ପରୀକ୍ଷାର ରେଜଲ୍ଟ ରିପୋର୍ଟ ଦେବାକୁ କୁହାଯାଇଛି।

ଏହାବାଦ ଯେଉଁ ପର୍ଯ୍ୟନ୍ତ ମନ୍ତ୍ରଣାଳୟ କ୍ଲିନୟରାନ୍ସ ନ ଦେଇଛି ସେ ଯାଏ ପତଞ୍ଜଳୀ ଉକ୍ତ ମେଡିସିନ୍‌ର ବିଜ୍ଞାପନ କରିପାରିବ ନାହିଁ କିମ୍ବା ପ୍ରଚାର ପ୍ରସାର କରିପାରିବ ନାହିଁ। କେଉଁମାନଙ୍କ ଶରୀରରେ ଏହାର କ୍ଲିନିକାଲ ଟ୍ରାଏଲ କରାଯାଇଥିଲା ତା’ର ତଥ୍ୟ ମଧ୍ୟ ଦେବାକୁ ହେବ।”

ଉତ୍ତରାଖଣ୍ଡର ହରିଦ୍ୱାରରେ ଥିବା ପତଞ୍ଜଳୀ ଯୋଗପୀଠରେ ଏହାକୁ ଲଚିଂ କରାଯାଇଥିଲା। ତେଣୁ ମନ୍ତ୍ରଣାଳୟ ପକ୍ଷରୁ ଉତ୍ତରାଖଣ୍ଡ ସରକାରଙ୍କୁ ପତଞ୍ଜଳୀ ଦିଆଯାଇଥିବା ଅନୁମତି ପତ୍ର ଓ କରୋଲିନ ତିଆରି କରିରା ଲାଇସେନ୍ସ ସଂକ୍ରାନ୍ତ କାଗଜପତ୍ର ଦେବାକୁ କୁହାଯାଇଛି।

[ad_2]
Show More
Back to top button