ରାପିଡ ଟେଷ୍ଟ କିଟ୍‌ର ବ୍ୟବହାର ନ ଶିଖି ଦୋଷ ଦେଉଛି ଭାରତ: ଚାଇନା

ନୂଆଦିଲ୍ଲୀ: କରୋନାର ରାପିଡ୍‌ ଟେଷ୍ଟ କିଟ୍‌କୁ ନେଇ ଭାରତ ଓ ଚାଇନା ମୁହାଁମୁହିଁ ହୋଇଛନ୍ତି। ଚାଇନାର ରାପିଡ ଟେଷ୍ଟ କିଟ୍‌ ତ୍ରୁଟିପୂର୍ଣ୍ଣ ଓ ଭରସାଯୋଗ୍ୟ ନଥିବାରୁ ଏହାର ବ୍ୟବହାର ନ କରିବାକୁ ସମସ୍ତ ରାଜ୍ୟଗୁଡ଼ିକୁ ଆଇସିଏମଆର କହିଛି। ଏଥିସହ ଏଗୁଡ଼ିକୁ ଫେରାଇ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛି। ଏପରି କି ଭାରତ ସରକାର ଚାଇନାଠାରୁ ଆଣିବାକୁ ଥିବା ରାପିଡ୍‌ ଟେଷ୍ଟ କିଟ୍‌ର ଅର୍ଡରକୁ ମଧ୍ୟ ବାତିଲ କରିଦେଇଛନ୍ତି।

ତେବେ ଚାଇନା ତ୍ରୁଟିପୂର୍ଣ୍ଣ କିଟ୍‌ ପାଇଁ ଅନୁତାପ କରିବା ପରିବର୍ତ୍ତେ ଭାରତକୁ ଦୋଷ ଦେଇଛି। ଭାରତର ସ୍ୱାସ୍ଥ୍ୟକର୍ମୀ ଓ ଏଜେନ୍ସିମାନେ ରାପିଡ ଟେଷ୍ଟ କିଟ୍‌ର ବ୍ୟବହାର ଠିକ୍‌ ଭାବେ କରି ନ ପାରି ଚାଇନାକୁ ଦୋଷ ଦେଉଥିବା ବେଜିଂ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ

ନୂଆଦିଲ୍ଲୀରେ ଅବସ୍ଥାପିତ ଚାଇନା ଦୂତାବାସର ମୁଖପାତ୍ର କହିଛନ୍ତି, “ଚାଇନା ଠାରୁ ଭାରତ ଆଣିଥିବା ଆଣ୍ଟିବଡି ଟେଷ୍ଟ କିଟ୍‌କୁ ନେଇ ବିବାଦ ଦେଖାଦେଇଛି। ଏହାର ବ୍ୟବହାର କରିବାକୁ ବାରଣ କରାଯାଇଛି। ତେବେ ଏଭଳି ଅତ୍ୟାଧୁନିକ ଟେଷ୍ଟ କିଟ୍‌କୁ ଯଦି ପ୍ରଫେସନାଲ ବ୍ୟକ୍ତିମାନେ ବ୍ୟବହାର ନ କରିବେ, ତା’ହେଲେ ଫଳାଫଳରେ ଆଦୌ ସ୍ପଷ୍ଟତା ଆସିବ ନାହିଁ।

ସେହିପରି ଟେଷ୍ଟିଂ ଫଳାଫଳରେ ମଧ୍ୟ ବିଭିନ୍ନତା ଦେଖାଯିବ। ଆରଟି-ପିସିଆର କିଟ୍‌ ବଦଳରେ ଆଣ୍ଟିବଡି ରାପିଡ ଟେଷ୍ଟ କିଟ୍‌ର ବ୍ୟବହାର କରିବାକୁ ଆମେ କହି ନଥିଲୁ। ଏହାକୁ କେବଳ ସର୍ଭେଲାନ୍ସ ଭାବେ ବ୍ୟବହାର କରାଯିବ।

ଭାରତର କରୋନା ଯୁଦ୍ଧରେ ସହଯୋଗ କରିବା ପାଇଁ ଚାଇନା ଆଗକୁ ଆସିଥିଲା। ଏଥିପାଇଁ ଟେଷ୍ଟ କିଟ୍‌ ଦିଆଯାଇଥିଲା। ହେଲେ ଚାଇନାର କିଟ୍‌କୁ ତ୍ରୁଟପୂର୍ଣ୍ଣ କହିବା ନିଶ୍ଚିତ ଭାବେ ନିନ୍ଦାର ବିଷୟ।”

[ad_2]
Exit mobile version