ଦେଶନ୍ୟୁଜ୍ବିଦେଶରାଜ୍ୟ

ଆତଙ୍କବାଦୀଙ୍କ ଟାର୍ଗେଟରେ ଦିଲ୍ଲୀ !

ସତ୍ୟଶିଖା (ନୂଆଦିଲ୍ଲୀ) ୨୨/୦୧/୨୦୨୧ :  ଉତ୍ତର ପ୍ରଦେଶର ନୋଏଡାରେ ଶୁକ୍ରବାର ବୋମା ପଡିଥିବା ସୂଚନା ମିଳିବା ପରେ ଭୟର ବାତାବରଣ ଖେଳିଯାଇଛି । ସେକ୍ଟର ୬୩ ସ୍ଥିତ ଜିଲ୍ଲା ହସ୍ପିଟାଲ ନିକଟରେ ବୋମା ଠାବ ହୋଇଥିବା ସୂଚନା ମିଳିଛି । ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ଖବର ପାଇ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଁଚି ଏହାକୁ ନିଷ୍କ୍ରିୟ କରିବାକୁ ପ୍ରୟାସ କରୁଛନ୍ତି । ପୋଲିସର କହିବାନୁସାରେ, ଜିଲ୍ଲା ହସ୍ପିଟାଲ ନିକଚରେ ଥିବା ରାସ୍ତାରେ ଏକ ବୋମା ଠାବ ହୋଇଛି । ଏହାପରେ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସ୍ଥାନୀୟ ଲୋକେ ବୋମା ଦେଖି ପୋଲିସକୁ ସୂଚନା ଦେଇଥିଲେ । ସୂଚନାଯୋଗ୍ୟ ଗଣତନ୍ତ୍ର ଦିବସକୁ ଆଉ ମାତ୍ର କିଛି ଦିନ ବାକି ରହିଛି । ଦିଲ୍ଲୀ ସମେତ ଏନସିଆରରେ ସତର୍କତା ଅବଲମ୍ବନ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୂଚନାଯୋଗ୍ୟ, ଗୁରୁବାର କୈଳାଶ ହସ୍ପିଟାଲ ନିକଟରୁ ଏକ ବୋମା ଠାବ ହୋଇଥିଲା ।

Show More
Back to top button