ଦେଶ

ରାତି ଅଧରେ ପ୍ରାୟ ୨୦୦ ଶ୍ରମିକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର, ଓଡ଼ିଶାର ଅନେକ ଦିନ ମଜୁରିଆ ସାମିଲ

ରଜନନ୍ଦଗାଓଁ : ଲକଡାଉନ ସତ୍ତ୍ୱେ ମହାରାଷ୍ଟ୍ର-ଛତିଶଗଡ଼ ସୀମାନ୍ତ ବାଗାନାଡ଼ି ଅଞ୍ଚଳରେ ଥିବା କ୍ୟାମ୍ପରୁ ମଧ୍ୟରାତ୍ରରେ ପ୍ରାୟ ୨୦୦ ଶ୍ରମିକଙ୍କୁ ଅନ୍ୟ ଜିଲ୍ଲାକୁ ସ୍ଥାନାନ୍ତର କରାଯାଇଛି। ପ୍ରଥମ ରାଉଣ୍ଡରେ ଓଡିଶା ଓ ଝାରଖଣ୍ଡ ଶ୍ରମିକଙ୍କୁ ପ୍ରଶାସନ ବସ ଯୋଗେ ଅନ୍ୟତ୍ର ପଠାଇ ଦେଇଛି। ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ତାରିଖ ଘୋଷଣା ହେବା ପରେ ଶ୍ରମିକଙ୍କ କ୍ୟାମ୍ପରେ ଉତ୍ତେଜନା ଓ ହିଂସାକାଣ୍ଡ ଭୟରେ ପ୍ରଶାସନ ସମସ୍ତଙ୍କୁ ଏଭଳି ଭାବେ ସ୍ଥାନାନ୍ତର କରିଥିବା କୁହାଯାଉଛି।

ତେବେ ଏ ସମ୍ପର୍କରେ କାହାକୁ ବି ସୂଚନା ଦିଆଯାଇନାହିଁ। ପ୍ରଶାସନ ପକ୍ଷରୁ ଏହି ଘଟଣାକୁ ଅତ୍ୟନ୍ତ ଗୋପନୀୟ ଢଙ୍ଗରେ କରାଯାଇଛି। କ୍ୟାମ୍ପରେ ଥିବା ଓଡ଼ିଶା ଓ ଝାରଖଣ୍ଡର ଶ୍ରମିକମାନେ ଘରୁକୁ ଯିବା ପାଇଁ ବାରମ୍ବାର ପ୍ରଶାସନ ଆଗରେ ଦାବି କରୁଥିଲେ। ସେମାନେ ପ୍ରଥମ ପର୍ଯ୍ୟାୟ ଲକଡାଉନ ସମୟରୁ ହିଁ ଏଠାରେ ଫସି ରହିଥିଲେ।

ଆହୁରି ପଢ଼ନ୍ତୁ

ମିଳିଥିବା ସୂଚନା ଅନୁଯାୟୀ, ୩୫ ଜଣ ଲେଖାଏ ଶ୍ରମିକଙ୍କୁ ଗୋଟିଏ ଲେଖାଏ ଗ୍ରୁପରେ ବିଭକ୍ତ କରି ପ୍ରଶାସନ ୫ଟି ବସ୍ ଯୋଗେ ଦିଗର ଜିଲ୍ଲାକୁ ପଠାଇ ଦେଇଛି। ଅର୍ଥାତ୍ ୧୭୫ ଜଣ ଶ୍ରମିକଙ୍କୁ ବସ୍ ଯୋଗେ ଅନ୍ୟ ଜିଲ୍ଲାକୁ ପଠାଯାଇଛି। ଡୋଙ୍ଗରଗଡ଼ ଏସଡିପିଓ ଚନ୍ଦ୍ରଶେଖର ଠାକୁର କହିଛନ୍ତି, କିଛି ଶ୍ରମିକଙ୍କୁ ଅନ୍ୟ ଜିଲ୍ଲାକୁ ପଠାଯାଇଛି। ଜିଲ୍ଲାପାଳ ଏ ବିଷୟରେ ବିସ୍ତୃତ ତଥ୍ୟ ଦେଇପାରିବେ। ତେବେ ସେ ଶ୍ରମିକମାନଙ୍କୁ କେଉଁ ଜିଲ୍ଲାକୁ ପଠା ଯାଇଛି, ସେ ବିଷୟରେ କିଛି ବି କହିନାହାନ୍ତି।

କ୍ୟାମ୍ପରେ ରହୁଥିବା ଜଣେ ଶ୍ରମିକ କହିଛନ୍ତି, ଗତକାଲି ୫ଟି ବସରେ ୧୭୫ ଜଣ ଶ୍ରମିକଙ୍କୁ ଅନ୍ୟ ଜିଲ୍ଲାକୁ ପଠାଯାଇଛି। ପ୍ରବାସୀ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଯିବାକୁ ପ୍ରଶାସନ ଉପରେ ଚାପ ପକାଉଛନ୍ତି। ଅଧିକାରୀମାନେ ପ୍ରଥମ ପର୍ଯ୍ୟାୟ ଲକଡାଉନ ବେଳେ ଘରୁ ଯିବାକୁ ଚାହୁଁଥିବା ଶ୍ରମିକମାନଙ୍କୁ ଅଟକାଇବାରେ ସଫଳ ହୋଇଥିଲେ। ଏହି ସମୟରେ କିଛି ଶ୍ରମିକ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ।

ଶ୍ରମିକମାନେ କହିଛନ୍ତି, ସେମାନେ ସୁସ୍ଥ ଥିବା ସତ୍ତ୍ୱେ ସମସ୍ତଙ୍କୁ ପ୍ରଶାସନ ବନ୍ଦୀ କରି ରଖିଛି। କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ବେଳେ ବିଶୃଙ୍ଖଳା ସୃଷ୍ଟି ହେବାର ଆଶଙ୍କା ଥିବାରୁ ପ୍ରଶାସନ ଶ୍ରମିକମାନଙ୍କୁ ଅନ୍ୟ ଜିଲ୍ଲାକୁ ପଠାଇଥିବା ଜଣାଡ଼ିଛି। ଚିରଚାର କ୍ୟାମ୍ପରେ ପ୍ରଶାସନ ଓଡ଼ିଶା ଓ ଝାରଖଣ୍ଡର ପ୍ରାୟ ୫୦୦ ଶ୍ରମିକଙ୍କୁ ନିୟୋଜିତ କରିଥିଲା। ଏହା ମଧ୍ୟରୁ କିଛି ଶ୍ରମିକ କ୍ୟାମ୍ପରୁ ଖସି ପଳାଇଥିବା କୁହାଯାଉଛି। ତେବେ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇ ନାହିଁ।

[ad_2]
Show More
Back to top button