ରାଜ୍ୟ

ରାତିରେ ଯୁବକଙ୍କୁ ଏସିଡ୍‌ ମାଡ଼ | Satyasikha

ଉଦଳା (ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଜଡ଼ିଦା ଗାଁରେ ଜଣେ ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ଏସିଡ଼୍‌ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ନାଁ ଶିବପ୍ରସାଦ ପାଇ। ଶିବପ୍ରସାଦଙ୍କର ଛାତି ଓ ପିଠି ପୋଡ଼ି ହୋଇଯାଇଛି। ଏନେଇ ପରିବାର ପକ୍ଷରୁ କପ୍ତିପଦା ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ

ମିଳିଥିବା ସୂଚନା ଅନୁସାରେ, ଦୁଇ ଦିନ ତଳେ ଶିବପ୍ରସାଦ ରାତିରେ ଘରୁ ଖାଇ ସାରି ଯାଇ ରାସ୍ତାପାର୍ଶ୍ୱରେ ପଡ଼ିଥିବା ଏକ ହୋମ୍ ପାଇପ ଉପରେ ଶୋଇଥିଲେ। ତେବେ ସେଠାରେ କେହି ଦୁର୍ବୃତ୍ତ ତାଙ୍କ ଉପରକୁ ଏସିଡ୍‌ ଫିଙ୍ଗି ଦେଇଥିଲା। ଜୀବନ ବିକଳରେ ସେ ଦୌଡ଼ି ଘରକୁ ଚାଲି ଆସିଥିଲେ। ତାଙ୍କ ପିଠି, ଛାତି ଓ ଜଙ୍ଘରେ ଜଳି ଯାଇଥିବା ଦେଖିବାକୁ ମିଳିଥିଲା। ପରେ ତାଙ୍କୁ ସଙ୍ଗେ ସଙ୍ଗେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ପ୍ରାଥମିକ ଚିକିତ୍ସା ପରେ ପରିବାର ଲୋକେ ଘରକୁ ଆଣିଥିଲେ।

ଆଜି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପୁଣି ଉଦଳା ଡାକ୍ତରଖାନାକୁ ନିଆଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

[ad_2]
Show More
Back to top button