ଦେଶ

ଆଡ଼ଭାନୀ, ଜୋଶୀଙ୍କ ବୟାନ ରେକର୍ଡ କରିବ ସିବିଆଇ

ନୂଆଦିଲ୍ଲୀ: ବାବ୍ରି ମସଜିଦ୍ ବିବାଦ ମାମଲାରେ ସିବିଆଇର ବିଶେଷ ଅଦାଲତ ଜୁନ୍ ୪ ତାରିଖରେ ବିଜେପି ନେତା ଓ ଅନ୍ୟ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରିବ। ଏହା ପୂର୍ବରୁ ବିଶେଷ ଅଦାଲତ ସିବିଆଇକୁ ମେ’୧୮ରେ ଏ ନେଇ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଥିଲେ, ଅଭିଯୁକ୍ତଙ୍କ ବୟାନ ରେକର୍ଡ ବେଳେ କୋର୍ଟରେ ଭିଡିଓ କନଫରେନସିଂ ବ୍ୟବସ୍ଥା ରହିବା ଦରକାର। ଏଥିପାଇଁ ଉତ୍ତର ପ୍ରଦେଶ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇବାକୁ ସିବିଆଇକୁ କହିଥିଲେ କୋର୍ଟ। ବାବ୍ରି ମସଜିଦର ଢ଼ାଞ୍ଚାକୁ ନେଇ ବୟାନ ରେକର୍ଡ ହେବ ବୋଲି ଜଣାପଡ଼ିଛି।

୧୯୯୨ ମସିହା ଅଯୋଧ୍ୟା ବାବ୍ରି ମସଜିଦ୍ ମାମଲାର ବିଚାର ସାରିବାକୁ ସୁପ୍ରିମକୋର୍ଟ ମେ’ 8ରେ ସିବିଆଇର ସ୍ୱତନ୍ତ୍ର କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ବିଜେପି ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀଙ୍କ ଭଳି ଦେଶର ପ୍ରମୁଖ ନେତାଙ୍କ ନାମ ସାମିଲ୍ ରହିଛି। ଗତବର୍ଷ ଜୁଲାଇରେ ସୁପ୍ରିମକୋର୍ଟ ଚଳିତବର୍ଷ ଏପ୍ରିଲ ଶେଷ ସୁଦ୍ଧା ବାବ୍ରି ମାମଲାର ବିଚାର କରିବାକୁ ସିବିଆଇ କୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ। କରୋନା ସଂକ୍ରମଣ ପାଇଁ ଦେଶ ଲକଡାଉନ୍ ରହିଛି। ତେଣୁ ଏହି ମାମଲାର ବିଚାର ଅବଧି ଅଗଷ୍ଟ ୩୧ ଯାଏ ବଢ଼ାଇଛନ୍ତି ସର୍ବୋଚ୍ଚ କୋର୍ଟ।

ଆହୁରି ପଢ଼ନ୍ତୁ

ଦେଶ ଲକଡାଉନ୍ ରହିଛି। ଏହି ମାମଲାର ବିଚାର ପାଇଁ ଅଧିକ ସମୟ ଦରକାର ବୋଲି ସିବିଆଇ କୋର୍ଟ ସୁପ୍ରିମକୋର୍ଟଙ୍କ ନିକଟରେ ନିବେଦନ କରିଥିଲେ। ଏହାପରେ ସୁପ୍ରିମକୋର୍ଟ ବିଚାର ଅବଧି ଆଉ ୪ ମାସ ବଢ଼ାଇ ଦେଇଛନ୍ତି। ଆଗକୁ ଲକଡାଉନ୍ ଅବଧି ବୃଦ୍ଧି ପାଇଲେ ମଧ୍ୟ ଭିଡିଓ କନଫରେନସିଂ ଜରିଆରେ ମାମଲାର ଶୁଣାଣି କରି ଶେଷ କରିବାକୁ ସୁପ୍ରିମକୋର୍ଟ ସିବିଆଇ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି।

ଆଡ଼ଭାନୀ, ମୁରଲୀ ମନୋହର ଜୋଶୀ, ଉମା ଭାରତୀଙ୍କ ବ୍ୟତୀତ ବିଜେପିର ଅନ୍ୟ ନେତା ବିନୟ କଟିଆର ଏବଂ ସାଧ୍ୱୀ ରିତାମ୍ଭରାଙ୍କ ନାମ ମଧ୍ୟ ରହିଛି। ମସଜିଦ ଭାଙ୍ଗିବା ପାଇଁ ଏମାନେ ଷଡ଼ଯନ୍ତ୍ର କରିଥିଲେ ବୋଲି ଏପ୍ରିଲ ୧୯, ୨୦୧୭ରେ ସୁପ୍ରିମ କୋର୍ଟ ଅନୁଭବ କରିଥିଲେ।

ତଦନୁସାରେ ସେମାନଙ୍କ ବିରୋଧରେ ଥିବା ମାମଲାରେ ଏହି ଅଭିଯୋଗ ଅନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ ସାମିଲ୍ ଥିବା ଅନ୍ୟ ତିନି ଜଣ ଗିରିରାଜ କିଶୋର, ବିଶ୍ୱ ବିନ୍ଦୁ ପରିଷଦର ନେତା ଅଶୋକ ସିଂଘଲ ଏବଂ ବିଷ୍ଣୁହରି ଡାଲମିଆଙ୍କର ଶୁଣାଣି ଚାଲିଥିବା ବେଳେ ମୃତ୍ୟୁ ଘଟିଛି।

[ad_2]
Show More
Back to top button