ନ୍ୟୁଜ୍ରାଜ୍ୟ

ରାଷ୍ଟ୍ରପତି ପୁଲିସ୍‍ ପଦକ ପାଇବେ ୨ ବରିଷ୍ଠ ପୁଲିସ୍‍ ଅଧିକାରୀ

ସତ୍ୟଶିଖା ୨୬/୦୧/୨୦୨୧ : ଚଳିତ ବର୍ଷ ଓଡ଼ିଶାରୁ ୨ ଜଣ ବରିଷ୍ଠ ପୁଲିସ୍‍ ଅଧିକାରୀ ରାଷ୍ଟ୍ରପତି ପୁଲିସ୍‍ ପଦକ ପାଇବା ପାଇଁ ମନୋନୀତ ହୋଇଛନ୍ତି । ଗୁଇନ୍ଦା ନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମା ଏବଂ ବି.ପି.ଏସ୍‍.ପି.ଏ. ଡେପୁଟୀ ସୁବେଦାର ବୁଦ୍ଧ ବାହାଦୁର ଥାପ୍ପା ଏହି ପଦକ ପାଇଁ ମନୋନୀତ ହୋଇଛନ୍ତି । ସେହିଭଳି ୧୧ ଜଣ ପୁଲିସ୍‍ କର୍ମଚାରୀଙ୍କୁ ଉଲ୍ଲେଖନୀୟ କାର୍ଯ୍ୟପାଇଁ ପୁଲିସ୍‍ ପଦକ ପ୍ରଦାନ କରାଯିବ ।

ଆଇନ୍‍ ଶୃଙ୍ଖଳା ଆଇ.ଜି. ପ୍ରବୀଣ କୁମାର, ଡେପୁଟି କମାଣ୍ଡାଣ୍ଟ ଅଶୋକ ଚୌଧୁରୀ ଓ ସୁବେଦାର ହେମନ୍ତ ଛେତ୍ରୀ ଏହି ପୁରସ୍କାର ପାଇବେ । ଏ.ଏସ୍‍.ଆଇ. ମନୋରଞ୍ଜନ ଶତପଥୀ, ଏ.ଏସ୍‍.ପି. ରବୀନ୍ଦ୍ର ଦାସ, ଡେପୁଟୀ କମାଣ୍ଡାଣ୍ଟ ବୁଦ୍ଧା ତମାଙ୍ଗ, ହାବିଲଦାର ଶେକ୍‍ ନାସାରୁଦ୍ଧିନ୍‍, ଏ.ଏସ୍‍.ପି. ଭବାନୀ ଶଙ୍କର ମିଶ୍ରଙ୍କୁ ପୁଲିସ୍‍ ପଦକ ପ୍ରଦାନ କରାଯିବ । ସେହିଭଳି ଡେପୁଟୀ କମାଣ୍ଡାଣ୍ଟ ଅଶୋକ ଦେହୁରୀ, ଏସ୍‍.ପି ପ୍ରକାଶ ପାଲ୍‍, ହାବିଲ୍‍ଦାର ସରୋଜ ଭୋଇ, କନେଷ୍ଟବଳ ଗୌତମ ପାତ୍ର ମଧ୍ୟ ପୁଲିସ ପଦକ ପାଇବା ପାଇଁ ମନୋନୀତ ହୋଇଛନ୍ତି । ସେହିପରି ୨୦୨୦ ମସିହା ପାଇଁ ରାଜ୍ୟପାଳ ପୁଲିସ୍‍ ପଦକ ପାଇବେ ୨୦ ଜଣ ପୁଲିସ୍‍ କର୍ମଚାରୀ । ଡି.ଆଇ.ଜି. ଜୟ ନାରାୟଣ ପଙ୍କଜ ଓ ଅନିରୁଦ୍ଧ ସିଂହ, ଏସ୍‍.ପି. ବ୍ରିଜେସ୍‍ ରାୟ ଓ ମିତ୍ରଭାନୁ ମହାପାତ୍ର ଏହି ରାଜ୍ୟପାଳ ପୁଲିସ୍‍ ପଦକ ପାଇବେ । ଏହି ଉପଲକ୍ଷେ ଡି.ଜି.ପି. ଅଭୟ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Show More
Back to top button