ରାଜ୍ୟରେ ସର୍ବାଧିକ ୨୩୭ କରୋନା ଆକ୍ରାନ୍ତ ସୁସ୍ଥ


ଭୁବନେଶ୍ୱର(ସତ୍ୟଶିଖା): ମହାମାରୀ ‘କରୋନା’ରୁ ଆଜି ସର୍ବାଧିକ ୨୩୭ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏମାନଙ୍କୁ ମିଶାଇ ମୋଟ୍ ୩୫୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
The discharged cases of 20.06.2020 are:
70 from Cuttack
54 from Khurdha
20 from Jagatsinghpur
19 from Kandhamal
17 from Ganjam
9 each from Bhadrak and Mayurbhanj
8 from Keonjhar
7 each from Dhenkanal and Puri
4 each from Kendrapara and Nayagarh— H & FW Dept Odisha (@HFWOdisha) June 20, 2020
ଆହୁରି ପଢ଼ନ୍ତୁ
ଆଜି ସୁସ୍ଥ ହୋଇଥିବା ୨୩୭ ଜଣଙ୍କ ମଧ୍ୟରୁ କଟକରୁ ୭୦ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୫୪, ଜଗତସିଂହପୁରରୁ ୨୦, କନ୍ଧମାଳରୁ ୧୯, ଗଞ୍ଜାମରୁ ୧୭, କେନ୍ଦୁଝରରୁ ୮ ଜଣ; ଭଦ୍ରକ ଓ ମୟୂରଭଞ୍ଜରୁ ୯ ଲେଖାଏ;ପୁରୀ ଓ ଢେଙ୍କାନାଳରୁ ୭ ଜଣ ଲେଖାଏଁ; କେନ୍ଦ୍ରାପଡ଼ା ଓ ନୟାଗଡ଼ରୁ ୪ ଜଣ ଲେଖାଏଁ; କଳାହାଣ୍ଡି, ମାଲକାନଗିରି ଏବଂ ସମ୍ୱଲପୁରରୁ ୨ ଜଣ ଲେଖାଏଁ ଅଛନ୍ତି। ଏହାଛଡ଼ା ବୌଦ୍ଧ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। କରୋନା ଯୋଦ୍ଧାଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ସର୍ବାଧିକ ୨୩୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
The untiring efforts of our Covid Warriors has led to an all time high recovery of 237 Covid patients in a day!
We salute the dauntless spirit of our frontline workers 🙏
The total recovered cases of Odisha now stand at 3534.
— H & FW Dept Odisha (@HFWOdisha) June 20, 2020
ଆଜି ସୁଦ୍ଧା ରାଜ୍ୟରେ ୪୮୫୬ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୩୨୨ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ତେବେ ୪ ଜଣ ‘କରୋନା’ରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ମରିଥିବା ଜଣାପଡ଼ିଛି। ଏବେ ସୁଦ୍ଧା ଅନେକ କ୍ୱାରେଣ୍ଟାଇନ୍ରେ ରହିଛନ୍ତି।
[ad_2]