ରାଜ୍ୟ

ରାଜ୍ୟରେ ଗୋଟିଏ ଦିନରେ ୩୦୪ କରୋନା ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଲା

ଭୁବନେଶ୍ୱର (ସତ୍ୟଶିଖା): ରାଜ୍ୟରେ ଆଉ ୩୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟରେ ଗୋଟିଏ ଦିନରେ ଏତେ ସଂଖ୍ୟକ ପଜିଟିଭ୍ କେସ୍ ଆସିବା ଏକ ରେକର୍ଡ। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧୬୦ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୩୫୩୪ ସୁସ୍ଥ ହୋଇସାରିଥିବା ବେଳେ ୧୬୦୭ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ୧୪ ଜଣଙ୍କ ମୃତ୍ୟୁ ଘଟିଛି। କରୋନାରେ ଆକ୍ରାନ୍ତ ଆଉ ୫ ଜଣ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟିଛି। ତେବେ ତାଙ୍କ ମୃତ୍ୟୁ କରୋନା ଯୋଗୁ ହୋଇନାହିଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

ନୂତନ ଭାବେ ଚିହ୍ନଟ ଏହି ୩୦୪ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ଆଉ ୩୨ଟି ଲୋକାଲ୍ କେସ୍‌।

ଆହୁରି ପଢ଼ନ୍ତୁ

ସେହିଭଳି ଏହି ୩୦୪ ଜଣଙ୍କ ମଧ୍ୟରେ ସବୁଠୁ ଅଧିକ ଆକ୍ରାନ୍ତ ଅଛନ୍ତି ଗଜପତି ଜିଲ୍ଲାରେ। ଏହି ଜିଲ୍ଲାରେ ଆଉ ୪୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୫ ଜଣ ଚିହ୍ନଟ ହୋଇଥିବା ବେଳେ ମାଲକାନଗିରିରୁ ୨, କଟକରୁ ୧୩, ନୟାଗଡ଼ରୁ ୩, ଜଗତସିଂହପୁରରୁ ୨୯, ଝାରସୁଗୁଡ଼ାରୁ ୨୫, ବାଲେଶ୍ୱରରୁ ୧୭, ଢେଙ୍କାନାଳରୁ ୧, ସୋନପୁରରୁ ୪, କନ୍ଧମାଳରୁ ୧୨, ଭଦ୍ରକରୁ ୧୧, ବରଗଡ଼ରୁ ୧୪, ଯାଜପୁରରୁ ୨୧, ଗଞ୍ଜାମରୁ ୪୦, ପୁରୀରୁ ୩, ସୁନ୍ଦରଗଡ଼ରୁ ୧, ସମ୍ବଲପୁରରୁ ୨, ବଲାଙ୍ଗିରରୁ ୧, ମୟୂରଭଞ୍ଜରୁ ୬ ଓ କେନ୍ଦ୍ରାପଡ଼ାରୁ ୫ ଜଣ ଚିହ୍ନଟ ହୋଇଛନ୍ତି।



[ad_2]

Show More
Back to top button