ରାଜ୍ୟ

ରାଜ୍ୟରେ କରୋନା ନେଲା ଆଉ ୫ ମୁଣ୍ଡ, ୩୪ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର (ସତ୍ୟଶିଖା): ରାଜ୍ୟରେ କରୋନାରେ ପୁଣି ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଥିବା ବେଳେ ଗଞ୍ଜାମରୁ ୩ ଜଣ ଅଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪ରେ ପହଞ୍ଚି ଯାଇଛି।

ଗଞ୍ଜାମର ତିନି ମୃତକ ପୁରୁଷ। ସେମାନଙ୍କୁ ଯଥାକ୍ରମେ ୫୦, ୨୭ ଓ ୩୫ ବର୍ଷ ହୋଇଥିଲା। ୫୦ ବର୍ଷୀୟ ମୃତକ ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।

ଖୋର୍ଦ୍ଧା ଜିଲ୍ଲାରୁ ଯେଉଁ ୨ ଜଣଙ୍କ ମୃତ୍ୟୁ ଘଟିଛି, ସେମାନେ ଭୁବନେଶ୍ୱରର ବାସିନ୍ଦା ଥିଲେ। ଉଭୟ ପୁରୁଷ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ୫୧ ବର୍ଷ ହୋଇଥିଲା ଓ ସେ Pleural Tuberculosis ରେ ପୀଡ଼ିତ ଥିଲେ। ସେହିପରି ଅନ୍ୟ ୬୪ ବର୍ଷୀୟ ବୃଦ୍ଧ ଜଣଙ୍କ ଡାଇବେଟିସ୍‌ରେ ଆକ୍ରାନ୍ତ ଥିଲେ।

ଆହୁରି ପଢ଼ନ୍ତୁ

୩୪ ମୃତକଙ୍କ ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାର ୨୦ ଜଣ। ସେହିପରି ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଥିବା ବେଳେ କଟକରୁ ୪, ଅନୁଗୋଳ, ବରଗଡ଼ ଓ ପୁରୀରୁ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୬୦୧ରେ ପହଞ୍ଚିଯାଇଥିବା ବେଳେ ୫,୭୦୫ ଜଣ ସୁସ୍ଥ ହୋଇସାରିଲେଣି। ୨,୮୫୩ ଜଣଙ୍କ ଚିକିତ୍ସା ଚାଲିଛି। ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଟପି ଯାଇଛି। କରୋନାରେ ଆକ୍ରାନ୍ତ ଥିବା ଆଉ ୯ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ତେବେ କରୋନା ନୁହେଁ, ଅନ୍ୟାନ୍ୟ କାରଣରୁ ସେମାନଙ୍କ ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button