ରାଜ୍ୟ

ରାଜ୍ୟରେ କରୋନା ନେଲା ଆଉ ଏକ ମୁଣ୍ଡ

ଭୁବନେଶ୍ୱର(ସତ୍ୟଶିଖା):  ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲାର ୬୮ ବର୍ଷୀୟ ପୁରୁଷ ବୋଲି ଜଣାଯାଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ଗଞ୍ଜାମରେ ଏହି ସଂଖ୍ୟା ୯ରେ ପହଞ୍ଚିଛି। ଏନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ

ଗଞ୍ଜାମରେ କରୋନା ଯୋଗୁ ପ୍ରାଣ ହରାଇଥିବା ବ୍ୟକ୍ତିଜଣକ ଉଚ୍ଚ ରକ୍ତଚାପ ଓ ମଧୁମେହ ପରି ରୋଗରେ ପୂର୍ବରୁ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତ ହୋଇ ମୃତକଙ୍କ ସଂଖ୍ୟା ୧୮ରେ ପହଞ୍ଚିଥିବା ବେଳେ ଗଞ୍ଜାମରେ  ସର୍ବାଧିକ ୯ ଜଣଙ୍କର ଏଥିଯୋଗୁ  ମୃତ୍ୟୁ ହୋଇ ସାରିଲାଣିସ । ଖୋର୍ଦ୍ଧାରେ କରୋନା ଯୋଗୁ ୪ ଜୀବନ ଯାଇଥିବା ବେଳେ କଟକରେ ୩ଜଣ, ପୁରୀରେ ଜଣେ, ବରଗଡ଼ରେ ଜଣଙ୍କର ଏଥିଯୋଗୁ ମୃତ୍ୟୁ ହୋଇସାରିଲାଣି।

ରାଜ୍ୟରେ  ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩୫୦ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୪୩୨ଜଣ ସୁସ୍ଥ ହୋଇ ସାରିଲେଣି। ଏବେ ବି ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୧୯୦୩ ଜଣ ଚିକିତ୍ସିତ ହେଉଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button