ନ୍ୟୁଜ୍ରାଜ୍ୟ

ରାଜ୍ୟରେ ଆଜି 565 ପଜିଟିଭ ଚିହ୍ନଟ, ସେଥି ମଧ୍ୟରୁ ୬୩ ଶିଶୁ ଆକ୍ରାନ୍ତ

ସତ୍ୟଶିଖା(ଭୁବନେଶ୍ୱର )୨୯.୦୯ .୨୦୨୧: ପୁଣି ବୃଦ୍ଧି ହେଲା କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୫୬୫ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୬୩ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଥିବା ବେଳେ କ୍ବାରେଣ୍ଟାଇନ ସେଣ୍ଟରରୁ ୩୨୮ ଓ ୨୩୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୫୬ ଜଣ ଥିବାବେଳେ ଅନୁଗୋଳରୁ ୮, ବାଲେଶ୍ବରରୁ ୨୮, ବରଗଡରୁ ୨, ଭଦ୍ରକରୁ୬, ବଲାଙ୍ଗୀରରୁ ୪, କଟକରୁ ୬୧, ଦେଓଗଡରୁ ୩, ଢେଙ୍କାନାଳରୁ ୫, ଗଞ୍ଜାମରୁ ୪, ଜଗତସିଂହପୁରରୁ ୨୦, ଯାଜପୁରରୁ ୨୮, ଝାରସୁଗୁଡା ୨, କଳାହାଣ୍ତିରୁ୩, କନ୍ଧମାଳରୁ ୫, କେନ୍ଦ୍ରାପଡ଼ାରୁ ୪, କେନ୍ଦୁଝରରୁ ୪, କୋରାପୁଟରୁ ୪, ମୟୂରଭଞ୍ଜରୁ ୨୬, ନୟାଗଡରୁ ୨, ନୂଆପଡାରୁ ୩, ପୁରୀ ୧୨, ସମ୍ବଲପୁରରୁ ୧୧, ସୁନ୍ଦରଗଡ଼ରୁ୬ ଏବଂ ଷ୍ଟେଟ ପୁଲ୍‌ରୁ ୫୬ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୨୫ ହଜାର ୮୭୪ରେ ପହଞ୍ଚିଛି ।

Show More
Back to top button