ସତ୍ୟଶିଖା(ଭୁବନେଶ୍ୱର )୨୮.୧୦ .୨୦୨୧: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୪୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛିନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୩୭ ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମଣ ରହିଛି ୧୭୫ ଓ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ୬୩ ଜଣ ରହିଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ବାଲେଶ୍ୱରରୁ ୧୧ଜଣ, ବରଗଡରୁ ୫, ଭଦ୍ରକରୁ ୬, ବଲାଙ୍ଗୀରରୁ ୧, କଟକରୁ ୪୬, ଦେବଗଡରୁ ୭, ଢେଙ୍କାନାଳରୁ ୪, ଗଞ୍ଜାମରୁ ୨ଜଣ, ଗଜପତିରୁ ୪, ଜଗତସିଂହପୁରରୁ ୧୦, ଯାଜପୁରରୁ ୧୧, ଝାରସୁଗୁଡାରୁ ୧, କଳାହାଣ୍ଡିରୁ ୩, କେନ୍ଦ୍ରାପଡାରୁ ୧୦, କେନ୍ଦୁଝରରୁ ଜଣେ, ଖୋର୍ଦ୍ଧାରୁ ସର୍ବାଧିକ ୧୮୯, କୋରାପୁଟରୁ ୨ଜଣ, ମାଲକାନାଗିରିରୁ ୧, ମୟୂରଭଞ୍ଜରୁ ୧୪, ନୟାଗଡରୁ ୪, ନୂଆପଡାରୁ ୬, ପୁରୀରୁ ୧୧, ରାୟଗଡାରୁ ୪, ସମ୍ବଲପୁରରୁ ୮ଜଣ, ସୁନ୍ଦରଗଡରୁ ୭ ଓ ରାଜ୍ୟପୁଲରୁ ୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛିନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୪୦ହଜାର ୨୩୦କୁ ବୃଦ୍ଧି ପାଇଛି ।