ରାଜ୍ୟ

ରାଜ୍ୟରେ ଆଉ ୪ ‘କରୋନା’ ଆକ୍ରାନ୍ତ ଚିହ୍ନଟ, କେଉଁ ଜିଲ୍ଲାରେ ପଢ଼ନ୍ତୁ

ସୁବର୍ଣ୍ଣପୁର (ସତ୍ୟଶିଖା): ସୁବର୍ଣ୍ଣପୁର ଜିଲ୍ଲାରୁ ଆଉ ୪ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ସୋନପୁର ବ୍ଲକର ୨, ତରଭା ଓ ଡୁଙ୍ଗୁରିପାଲି ବ୍ଲକରୁ ଜଣେ ଲେଖାଏଁ ଅଛନ୍ତି। ସମସ୍ତେ କ୍ୱାରେଣ୍ଟାଇନରେ ଥିଲେ। ଚିହ୍ନଟ ପରେ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଟ୍ୱିଟ୍‌ କରି ସୂଚନା ଦେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ। ଏଥିପାଇଁ ଭୟଭୀତ ନହେବାକୁ ଜିଲ୍ଲାପାଳ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୨୩ରେ ପହଞ୍ଚିଛି।

ଆଜି ସକାଳେ ୭୪ ଜଣ ‘କରୋନା’ ଚିହ୍ନଟ ହୋଇଥିଲେ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଥିଲେ। ତେବେ ସଞ୍ଜ ବେଳେ ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଆଉ ୬ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଏନେଇ ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାପାଳ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ମାତ୍ର ରାଜ୍ୟ ସରକାରଙ୍କ କୋଭିଡ୍‌ ୱେବସାଇଟ୍‌ରେ ଏନେଇ କୌଣସି ତଥ୍ୟ ଦିଆଯାଇନାହିଁ।

ଆହୁରି ପଢ଼ନ୍ତୁ

ଆଜି ସୁଦ୍ଧା ରାଜ୍ୟରେ ୧୫୨୩ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୧୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି।



[ad_2]

Show More
Back to top button