ରାଜ୍ୟରେ ଆଉ ୪୬୯ କରୋନା ଆକ୍ରାନ୍ତ ଚିହ୍ନଟ, ୯ ହଜାର ପାର ହେଲା ସଂଖ୍ୟା

ଭୁବନେଶ୍ୱର (ସତ୍ୟଶିଖା): ରାଜ୍ୟରେ ଆଉ ୪୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ ମୋଟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୯,୦୭୦ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୫,୯୩୪ ସୁସ୍ଥ ହୋଇଯାଇଥିବା ବେଳେ ୩,୦୯୦ ଜଣଙ୍କ ଚିକିତ୍ସା ଚାଲିଛି। ସେହିଭଳି ୩୬ ଜଣଙ୍କ ମୃତ୍ୟୁ ଘଟିଛି।

ଏହି ୪୬୯ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୫୨ଟି କେସ୍ ଲୋକାଲ୍ କଣ୍ଟାକ୍ଟସ୍‌।

ଏହି ନୂଆ କେସ୍‌ ମଧ୍ୟରେ ସବୁଠୁ ଅଧିକ ଅଛନ୍ତି ଗଞ୍ଜାମ ଜିଲ୍ଲାରେ। ଏହି ଜିଲ୍ଲାରୁ ୧୧୬ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୯୪ ଜଣ ଚିହ୍ନଟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ଆହୁରି ପଢ଼ନ୍ତୁ



[ad_2]

Exit mobile version