ରାଜ୍ୟ

ରାଜ୍ୟରେ ଆଉ ୧୮୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ସତ୍ୟଶିଖା): ରାଜ୍ୟରେ ଆଉ ୧୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୫୯୪ ସୁସ୍ଥ ହୋଇସାରିଥିବା ବେଳେ ୧୩୦୧ ଚିକିତ୍ସାଧୀନ ଅଛନ୍ତି। ସେହିପରି ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟ ଅନ୍ୟାନ୍ୟ କାରଣରୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

୧୮୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୫ଟି ଲୋକାଲ୍ କେସ୍‌।

ଆହୁରି ପଢ଼ନ୍ତୁ

ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨୧ ଜଣ ଥିବା ବେଳେ ଝାରସୁଗୁଡ଼ାରୁ ୨, କେନ୍ଦୁଝରରୁ ୧୧, ଯାଜପୁରରୁ ୧୨, ମାଲକାନଗିରିରୁ ୧, କଟକରୁ ୧୨, ଜଗତସିଂହପୁରରୁ ୧୧, ଅନୁଗୋଳରୁ ୧, ଢେଙ୍କାନାଳରୁ ୨, ଭଦ୍ରକରୁ ୧, ଗଜପତିରୁ ୧୫, ବରଗଡ଼ରୁ ୧୬, କନ୍ଧମାଳରୁ ୨୨, କଳାହାଣ୍ଡିରୁ ୧୬, ପୁରୀରୁ ୭, ସୁନ୍ଦରଗଡ଼ରୁ ୩, ବଲାଙ୍ଗିରରୁ ୨, ମୟୂରଭଞ୍ଜରୁ ୧୩ ଓ କେନ୍ଦ୍ରାପଡ଼ାରୁ ଜଣେ ଅଛନ୍ତି। ସେହିଭଳି ପଶ୍ଚମବଙ୍ଗରୁ ‘ଅମ୍ଫାନ’ ଡ୍ୟୁଟି ସାରି ଫେରିଥିବା ଏନ୍‌ଡିଆର୍‌ଏଫ୍‌/ଓଡ୍ରାଫ୍‌/ଅଗ୍ନିଶମ ବାହିନୀର ୧୩ ଜଣ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତ।



[ad_2]

Show More
Back to top button