ରାଜେନ୍ଦ୍ର ୟୁନିଭର୍ସିଟି, କଳାହାଣ୍ଡି ୟୁନିଭର୍ସିଟିର ପ୍ରଥମ କୁଳପତିଙ୍କ ନାମ ଘୋଷଣା


ଭୁବନେଶ୍ୱର(ସତ୍ୟଶିଖା): ପ୍ରଫେସର ଦୀପକ ବେହେରା ହେଲେ ବଲାଙ୍ଗିର ରାଜେନ୍ଦ୍ର ୟୁନିଭର୍ସିଟିର ପ୍ରଥମ କୁଳପତି । ଏ ନେଇ କୁଳାଧିପତି ତଥା ରାଜ୍ୟପାଳଙ୍କ ଅଫିସରୁ ବିଜ୍ଞପ୍ତି ଜାରି ହୋଇଛି । ପ୍ରଫେସର ଦୀପକ ବେହେରା ବର୍ତ୍ତମାନ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଅଛନ୍ତି । ସେ ସମ୍ବଲପୁର ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱରେ ରହିବେ । ୨୦୨୧ ମସିହା ଜାନୁୟାରୀ ୧୭ ପର୍ଯ୍ୟନ୍ତ କିମ୍ବା ନୂଆ କୁଳପତି ନିଯୁକ୍ତ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ ପ୍ରଫେସର ବେହେରା।
ଆହୁରି ପଢ଼ନ୍ତୁ
ସେହିପରି ବ୍ରହ୍ମପୁର ୟୁନିଭର୍ସିଟିର କୁଳପତି ଗୋବିନ୍ଦ ଜେ ଚକ୍ରପାଣି ଭବାନୀପାଟଣାସ୍ଥିତ କଳାହାଣ୍ଡି ୟୁନିଭର୍ସିଟିର ପ୍ରଥମ କୁଳପତି ଭାବେ ଦାୟିତ୍ୱ ନେବେ । ଏ ନେଇ ରାଜଭବନରୁ ବିଜ୍ଞପ୍ତି ଜାରି ହୋଇଛି । ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ସହ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ଭାବେ ବର୍ଷେ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ ।
ଉଲ୍ଲେଖଯୋଗ୍ୟ ଯେ, ଭବାନୀପାଟଣା ସ୍ୱୟଂଶାସିତ ମହାବିଦ୍ୟାଳୟକୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଏବଂ ରାଜେନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ରାଜେନ୍ଦ୍ର ୟୁନିଭର୍ସିଟି ଭାବେ ରାଜ୍ୟ ସରକାର ଗତବର୍ଷ ଘୋଷଣା କରିଥିଲେ ।