ରାଜଧାନୀର ଏକ ହୋଟେଲରୁ ଠାବ ହେଲା ଜୁଆଆଡ୍ଡା

ଭୁବନେଶ୍ୱର(ସତ୍ୟଶିଖା): ଲକଡାଉନ୍‌ ପିରିୟଡରେ ରାଜଧାନୀର ଭିଆଇପି କଲୋନୀରେ ଥିବା ଏକ ହୋଟେଲରୁ ଜୁଆଆଡ୍ଡା ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବିଳମ୍ବିତ ରାତିରେ ପୁଲିସ୍‌ ରେଡ୍ କରି ୯  ଜୁଆଡ଼ିଙ୍କୁ  ଗିରଫ କରିଛି । ଗିରଫ ଜୁଆଡ଼ିଙ୍କ ମଧ୍ୟରେ ଅଧିକାଂଶ ବ୍ୟବସାୟୀ ଓ ଠିକାଦାର ଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ

ରାଜକୀୟ ଶୈଳୀରେ ଏଠାରେ ହାଇ ପ୍ରୋଫାଇଲ ଜୁଆ ଆଡ୍ଡା ଚାଲିଥିଲା। ହୋଟେଲର ଏକ ସିକ୍ରେଟ ରୁମ୍‌ରେ ଏପରି ଖେଳ ଚାଲିଥିଲା।  ହୋଟେଲ କର୍ମଚାରୀ ସବୁ ସୁବିଧା ଯୋଗାଇ ଦେଉଥିଲେ। ଲକ୍‌ଡାଉନ୍‌ ସମୟରେ ମଧ୍ୟ ଏଠାରେ ମଦର ଆସର ଜମୁଥିବା ବେଳେ ଏହା କିପରି ଓ କେଉଁଠୁ ଆସୁଥିଲା ତାହା ସନ୍ଦେହ ଘେରକୁ ଆସିଛି। ହେଲେ ଏଯାଏ ହୋଟେଲ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବହୁ ଅପରାଧର ପୃଷ୍ଠଭୂମି ହୋଟେଲରେ ହିଁ ଫାଇନାଲ୍‌ ହେଉଥିବା ବେଳେ ଏହା ବିରୋଧରେ କିପରି କଡ଼ାକଡ଼ା ଆଇନ୍‌ ଲାଗୁ କରାଯିବ, ତାହାକୁ ରାଜଧାନୀବାସୀ ଅପେକ୍ଷା କରିଛନ୍ତି।

[ad_2]
Exit mobile version