ଦେଶ

ରାଜଧାନୀରେ ୨୪ ଘଣ୍ଟାରେ ୧୦୨୪ କରେନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦିଲ୍ଲୀରେ ବେକାବୁ ହୋଇଛି କରୋନା ଭାଇରସ। ପ୍ରଥମ ଥର ପାଇଁ ୨୪ ଘଣ୍ଟା ମଧ୍ୟରେ ୧୦୨୪ ଜଣ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ରହିଛି। ପୂର୍ବରୁ ଗୋଟିଏ ଦିନରେ ଦିଲ୍ଲୀରେ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହଜାର ୨୮୧ ଛୁଇଁଛି। ବୁଧବାର ୨୪ ଘଣ୍ଟାରେ ୭୯୨ ଜଣ କରୋନାରେ ସଂକ୍ରମିତ ହୋଇଥିଲେ।

ଆହୁରି ପଢ଼ନ୍ତୁ

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀରେ ଏଯାବତ ୩୧୬ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏଯାବତ ୮୪୭୦ ଜଣ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୩୧ ଜଣ ଆକ୍ରାନ୍ତ ଆରୋଗ୍ୟ ହରାଇଥିବା ସୂଚନା ରହିଛି। ମୋଟ୍ ୭୪୯୫ ଜଣ ଆରୋଗ୍ୟ ହୋଇଥିବା ସୂଚନା ରହିଛି। ଅନ୍ୟପଟେ ଦିଲ୍ଲୀରେ ପୁଲିସଙ୍କ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

[ad_2]
Show More
Back to top button