ରାଜଧାନୀରେ ରାଜମିସ୍ତ୍ରୀଙ୍କୁ ହତ୍ୟା | Satyasikha

ଭୁବନେଶ୍ୱର (ସତ୍ୟଶିଖା): ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପ ପଛପଟ ବସ୍ତିରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତିଜଣଙ୍କ ହେଲେ ଦୀପକ। ସେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ସନାତନ ମୁଣ୍ଡାଙ୍କୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ

ଗତକାଲି ବିଳମ୍ବିତ ରାତିରେ ଦୀପକ ନିଜ ଘର ସାମ୍ନାରେ ବସିଥିବା ବେଳେ ସନାତନ ସେଠାରେ ପହଞ୍ଚିଥିଲେ। ଏହାପରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।  ଏଥିରେ  ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ସନାତନ ଏକ କାଠଫାଳିଆରେ ତାଙ୍କୁ ପିଟି ପିଟି ହତ୍ୟା କରିଥିଲେ। ପୂର୍ବ ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।  ପୁଲିସ୍‌ ଘଟଣାର ତଦନ୍ତ କରୁଛି।

[ad_2]
Exit mobile version