ରାଜଧାନୀରେ ପୁଣି ୪୫ ‘କରୋନା’ ପଜିଟିଭ୍, ସୁସ୍ଥ ହେଲେ ୩୧


ଭୁବନେଶ୍ୱର(ସତ୍ୟଶିଖା): ଭୁବନେଶ୍ୱରରୁ ଆଉ ୪୫ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୭ କ୍ୱାରେଣ୍ଟାଇନରେ ଥିବା ବେଳେ ୮ ଜଣ ଲୋକାଲ କେସ ବୋଲି ଜଣାପଡ଼ିଛି। ସେହିପରି ଆଜି ୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଟ୍ୱିଟ୍ କରିଛି।
ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୫୦ ଜଣ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେଥିରୁ ୪୫ ଜଣ ବିଏମ୍ସି ଅଞ୍ଚଳର। ସେମାନଙ୍କ ଭିତରୁ ମଞ୍ଚେଶ୍ୱର ପ୍ରତିଦିନ ଅଫିସ ନିକଟରୁ ୯, ସାମନ୍ତରାପୁର ନୂଆଗାଁରୁ ୬, ଏକ ଘରୋଇ ହସ୍ପିଟାଲର ୩ କର୍ମଚାରୀ, ମୈତ୍ରୀ ବିହାରରୁ ଜଣେ, ଆଇଗିଣିଆରୁ ଜଣେ ଓ ସତ୍ୟନଗରରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ମଞ୍ଚେଶ୍ୱର କଳିଙ୍ଗ ବେକେରୀ ନିକଟରୁ ୩, କେନ୍ଦ୍ର ସରକାରଙ୍କ ଏକ ହସ୍ପିଟାଲର ୪ କର୍ମଚାରୀ; ସହିଦନଗର, ଭରତପୁର, ହଂସପାଳ, ଚକେଇସିଆଣି, ଲକ୍ଷ୍ମୀସାଗର, ୟୁନିଟ-୪, ଅଶୋକନଗର, ବରମୁଣ୍ଡା, ଓଲ୍ଡ ଟାଉନରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ତେବେ ବରମୁଣ୍ଡା, କେଦାରଗୌରୀ, ସାଲିଆ ସାହି, ଖଣ୍ଡଗିରି, ଡୁମୁଡୁମା, ଓଲଡ ଟାଉନ, ୟୁନିଟ-୪ ଏମ୍ଏଲଏ କଲୋନୀ, ଚନ୍ଦ୍ରଶେଖରପୁରରୁ ଚିହ୍ନଟ ହୋଇଥିବା ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଲୋକାଲ୍ କେସ୍ ବୋଲି ଜଣାପଡ଼ିଛି।
Update on newly detected & cured #COVID19 cases in the last 24 hrs under the BMC area on 4th July 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/pC4O5qO73r— BMC (@bmcbbsr) July 4, 2020
ଆହୁରି ପଢ଼ନ୍ତୁ
ଅନ୍ୟପକ୍ଷରେ ଆଜି ୩୧ ଜଣ ଆରୋଗ୍ୟ ହୋଇଛନ୍ତି। ସେଥିରୁ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ୧୬, ଏକ ପ୍ରାଇଭେଟ୍ ହସ୍ପିଟାଲ୍ର ୭ କର୍ମଚାରୀ, ଜୟଦେବ ବିହାରରୁ ୫, ଡେଲ୍ଟା କଲୋନୀ ଅଞ୍ଚଳରୁ ଜଣେ, ନୟାପଲ୍ଲୀରୁ ଜଣେ ଓ ଅନ୍ୟ ଜଣେ ଏକ ବେସରକାରୀ ହସ୍ପିଟାଲ୍ କର୍ମଚାରୀ ଅଛନ୍ତି। ଏମାନେ ସମସ୍ତେ ଆଜି ଡିସ୍ଚାର୍ଜ ହୋଇଥିବା ବିଏମ୍ସି ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ଜଣାଇ ଦିଆଯାଇଛି।
ତେବେ ଭୁବନେଶ୍ୱରରେ ‘କରୋନା’ ସ୍ଥିତିକୁ ନେଖିଲେ ଆଜି ସୁଦ୍ଧା ୪୧୪ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୬୦ ଜଣ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ଆହୁରି ପଢ଼ନ୍ତୁ
[ad_2]