ରାଜଧାନୀରେ ଖୋଲିବ ହୋଟେଲ: ରାସ୍ତାକଡ ଫୁଡ୍ ଷ୍ଟଲ୍, ମିଳିବ ଚା’, ଚାଟ୍-ଗୁପଚୁପ୍ କିନ୍ତୁ କେବଳ ପାର୍ସଲ l

ସତ୍ୟଶିଖା ( ଭୁବନେଶ୍ୱର ) ୦୪.୦୮.୨୦୨୦ : ଧିରେ ଧିରେ ସବୁ କିଛି ପୂର୍ବାବସ୍ଥାକୁ ଫେରିବାର ସଙ୍କେତ । ଏବେ ସାଧାରଣ ଲୋକ ଏବଂ ଛୋଟଛୋଟ ବ୍ୟବସାୟୀ, ଫୁଟପାଥ୍ ଦୋକାନୀଙ୍କ ପସରା ପୁଣି ମେଲିବ । କିନ୍ତୁ ମାନିବାକୁ ହେବ ସର୍ତ୍ତ । ସରକାରୀ ଗାଇଡଲାଇନସ୍ । ରାଜଧାନୀରେ ହୋଟେଲ, ରେଷ୍ଟୁରାଣ୍ଟକୁ ସର୍ତ୍ତ ସହ ଖୋଲିବାକୁ ଅନୁମତି ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ । ରାସ୍ତାକଡ ଛୋଟଛୋଟ ଦୋକାନ, ଖାଇବା ଷ୍ଟଲ ଏପରିକି ଚା’, ଲସି, ଚାଟ୍ ଓ ଗୁପଚୁପ୍ ଦୋକନ ବି ଖୋଲିପାରିବ । କିନ୍ତୁ ପାଳନ କରିବାକୁ ହେବ ଏସଓପି ଅର୍ଥାତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୋର ।

କରୋନା ଲକଡାଉନ୍ ପରେ ଅଗଷ୍ଟ ପହିଲାରୁ ଅନଲକ୍-୪ ଆରମ୍ଭ ହୋଇଥିବା ବେଳେ ଏବେ  ବୁଧବାରଠୁ ରାଜଧାନୀରେ ଖୋଲିବ ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟ । ବିଏମସି ପକ୍ଷରୁ ଏନେଇ ଗାଇଡଲାଇନ୍ ଜାରି କରାଯାଇଛି । ଏହାସହ କରୋନା କଟକଣାକୁ ମଧ୍ୟ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଏମସିର ଗାଇଡଲାଇନ ଅନୁସାରେ, ବୁଧବାରଠୁ ଖୋଲିବ ହୋଟେଲ ଓ ରେଷ୍ଟୁରାଣ୍ଟ ।  କେବଳ ହୋମ୍‌ ଡେଲିଭରି କରିପାରିବେ ହୋଟେଲ ଓ ରେଷ୍ଟୁରାଣ୍ଟ । ଏହାସହ ରାସ୍ତାକଡ଼ ଫୁଡ୍‌ ଷ୍ଟଲ ଦୋକାନ ମଧ୍ୟ ଖୋଲିବ । ଏଠାରୁ  କେବଳ ହୋମ ଡେଲିଭରି ସୁବିଧା ଉପଲବ୍ଧ ହେବ ।

ଏତତ୍ ବ୍ୟତୀତ  ରାସ୍ତାକଡ଼ ଫୁଡ ଷ୍ଟଲ, ଚାଟ, ଚା’ ଦୋକାନ ଖୋଲିପାରିବ । ଏସଓପି ପାଳନ କରି ଦୋକାନ ଖୋଲି ହେବ । ଗ୍ରାହକମାନେ କେବଳ ପାର୍ସଲ ସୁବିଧା ପାଇପାରିବେ । ଏହାସହ ସାମାଜିକ ଦୂରତାକୁ ମଧ୍ୟ ଗୁରୁତ୍ୱ ଦେବାକୁ ହେବ ।

Exit mobile version