ରାଜଧାନୀରେ ‘କରୋନା’ରେ ୯ ଆକ୍ରାନ୍ତ, ୧୦ ସୁସ୍ଥ


ଭୁବନେଶ୍ୱର (ସତ୍ୟଶିଖା): ଭୁବନେଶ୍ୱରରେ ଆଜି ଆଉ ୯ ଜଣ ‘କରୋନା’ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ଜଣେ ହୋମ୍ କ୍ୱାରେଣ୍ଟାଇନ୍ରେ ରହିଥିବା ବେଳେ ୮ ଲୋକାଲ୍ କଣ୍ଟାକ୍ଟ କେସ୍। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଟ୍ୱିଟ୍ କରିଛି। ଅନ୍ୟପକ୍ଷରେ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଆଜି ଚିହ୍ନଟ ହୋଇଥିବା ୯ କରୋନା ଆକ୍ରାନ୍ତ ଭିତରୁ ଜଣେ ହୋମ୍ କ୍ୱାରେଣ୍ଟାଇନ୍ରେ ଥିଲେ। ସେ ହେଉଛନ୍ତି ଜଣେ ୨୮ ବର୍ଷୀୟା ମହିଳା। ସେ ଦିଲ୍ଲୀରୁ ଫେରି ଏୟାରପୋର୍ଟ କଲୋନୀ ସ୍ଥିତ ନିଜ ଘରେ ହୋମ୍ କ୍ୱାରେଣ୍ଟାଇନ୍ରେ ଥିଲେ। ତାଙ୍କ ରକ୍ତ ଓ ସ୍ୱାବ୍ ଟେଷ୍ଟ ପାଇଁ ପଠା ଯାଇଥିଲା। ଆଜି ତାଙ୍କୁ କରୋନା ହୋଇଥିବା ସ୍ପଷ୍ଟ ହୋଇଛି।
Update on newly detected & cured #COVID19 cases in the last 24 hrs under the BMC area on 27th Jun 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/sKM1JxHc0B— BMC (@bmcbbsr) June 27, 2020
ଆହୁରି ପଢ଼ନ୍ତୁ
ସେହିପରି ଅନ୍ୟ ୮ ଜଣ ଲୋକାଲ୍ କେସ୍। ସେମାନଙ୍କ ଭିତରୁ ୪ ଜଣ ଶିରିପୁର ଲକ୍ଷ୍ମୀବଜାର ଲକ୍ଷ୍ମୀବଜାର ବସ୍ତିରୁ ଚିହ୍ନଟ ହୋଇଛନ୍ତି। ଆଉ ଜଣେ ହେଉଛନ୍ତି ଘରୋଇ ସିକ୍ୟୁରିଟି ଗାର୍ଡ। ତଙ୍କୁ RBI ଅଫିସ୍ ପାଖରୁ ଚିହ୍ନଟ କରାଯାଇଛି। ଅନ୍ୟ ୩ ଆକ୍ରାନ୍ତ ଘରୋଇ ହସ୍ପିଟାଲର କର୍ମଚାରୀ। ସେମାନେ ପୂର୍ବ ଆକ୍ରାନ୍ତଙ୍କ ଲିଙ୍କ୍ ଥିଲେ।
ଅନ୍ୟପକ୍ଷରେ ଆଜି ୧୦ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଆହୁରି ପଢ଼ନ୍ତୁ
[ad_2]