ରାଜଧାନୀରେ ଔଷଧ ହେବ ହୋମ୍‌ ଡେଲିଭରି

ଭୁବନେଶ୍ୱର(ସତ୍ୟଶିଖା): ରାଜଧାନୀରେ ଘରେ ବସି ଅର୍ଡର କଲେ ମିଳିବ ଔଷଧ। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ରାଜଧାନୀରେ ୧୨୧ଟି ନୂଆ ଔଷଧ ଦୋକାନ ଚିହ୍ନଟ କରାଯାଇଛି। ଅନ୍‌ଲାଇନ୍‌ରେ ବୁକିଂ କଲେ ଔଷଧ ଘରେ ପହଞ୍ଚିବ। ପ୍ରତି ଥାନା ଅଧୀନରେ ଅତିକମ୍‌ରେ ୬ଟି ଔଷଧ ଦୋକାନ ସାମିଲ୍‌ କରାଯାଇଛି। ଆସନ୍ତାକାଲିଠାରୁ ଏହି ସୁବିଧା ମିଳିବା ନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ

ସୂଚନାରୁ ପ୍ରକାଶ, ‘କରୋନା’ରେ ଆଜି ସୁଦ୍ଧା ଓଡ଼ିଶାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ସୁରକ୍ଷା ଦୃଷ୍ଟିରୁ ବିଏମ୍‌ସି ରାଜଧାନୀରେ ୫ଟି ଜାଗାକୁ ସିଲ୍‌ କରି ସାନିଟାଇଜ୍‌ କରୁଛି। ତେବେ ଏପରିସ୍ଥିତିରେ ଔଷଧ ପାଇଁ ଲୋକେ ନାନା ଅସୁବିଧାରେ ପଡୁଛନ୍ତି। ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ବିଏମ୍‌ସି ଅନ୍‌ ଲାଇନ୍‌ରେ ଔଷଧ ମଗାଇବାରେ ବ୍ୟବସ୍ଥା କରିଛନ୍ତି। ଅନ୍‌ଲାଇନ୍‌ରେ ଅର୍ଡର କଲେ ଘରେ ପହଞ୍ଚିବ ଔଷଧ। ଏହି ସେବା ରାଜଧାନୀବାସୀଙ୍କୁ ବେଶ ସହାୟକ ହେବ ବୋଲି ଆଶା କରାଯାଉଛି।

[ad_2]
Exit mobile version