ଭୁବନେଶ୍ୱର(ସତ୍ୟଶିଖା): ଆଜି ଭୁବନେଶ୍ୱର ସହରାଞ୍ଚଳରୁ ୪୬ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୨ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୨୪ ଲୋକାଲ କେସ୍। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଟ୍ୱିଟ୍ କରିଛି।
ଆଜି ଖୋର୍ଦ୍ଧା ଜିଲ୍ଲାରୁ ୫୦ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ବିଏମ୍ସି ଅଞ୍ଚଳରୁ ୪୬ ଜଣ ଅଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଭିତରୁ ୨୪ ଲୋକାଲ୍ କେସ୍। ଏମ୍ସ ନିକଟସ୍ଥ ପାତ୍ରପଡ଼ାରୁ ଜଣେ, କଟକ ରୋଡ୍ରୁ ଜଣେ, ପ୍ରାଇଭେଟ୍ ମେଡିକାଲ୍ର ୩ ଜଣ କର୍ମଚାରୀ, ଆର୍ଟିଓ-୧ର ୪ ଜଣ କର୍ମଚାରୀ, ୟୁନିଟ୍-୮ ବାଳକ ବିଦ୍ୟାଳୟ ନିକଟରୁ ଜଣେ, ନୟାପଲ୍ଲୀରୁ ଜଣେ, ଘାଟିକିଆ ପର୍ଶୁରାମନ୍ଦିର ନିକଟରୁ ଜଣେ, ନୟାପଲ୍ଲୀ ବେହେରା ସାହିରୁ ଜଣେ, ପୋଖରୀପୁଟ୍ କେଶରୀ ଭିଲ୍ଲା ଅଞ୍ଚଳରୁ ଜଣେ, କୋଳଥିଆରୁ ଜଣେ, ଜୟଦେବ ବିହାର ନିକଟସ୍ଥ ଦଶରଥ ଆପାର୍ଟମେଣ୍ଟ ଅଞ୍ଚଳରୁ ଜଣେ, ସରକାରୀ ମେଡିକାଲ୍ର ୨ ଜଣ କର୍ମଚାରୀ, ପ୍ରାଇଭେଟ୍ ମେଡିକାଲ୍ରେ ଚିକିତ୍ସିତ ହେଉଥିବା କଳିଙ୍ଗ ନଗର ଅଞ୍ଚଳରୁ ଜଣେ, ଗଙ୍ଗନଗରରୁ ଜଣେ ୧୪ ବର୍ଷୀୟ ବାଳକ, ବେସରକାରୀ ମେଡିକାଲ୍ରେ ଚିକିତ୍ସିତ ହେଉଥିବା ଜଣେ ଜିଲ୍ଲା ବାହାର ରୋଗୀ, ବେସରକାରୀ ମେଡ଼ିକାଲ୍ରେ ଚିକିତ୍ସିତ ହେଉଥିବା ପାତ୍ରପଡ଼ା ଅଞ୍ଚଳରୁ ଜଣେ ଓ ଖଣ୍ଡଗିରି ଅଞ୍ଚଳରେ ଏକ ବେସରକାରୀ ମେଡିକାଲ୍ରେ ଚିକିତ୍ସିତ ହେଉଥିବା ବେଳେ ଜଣେ ଲେଖାଏଁ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ଏବେ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଛି।
Update on newly detected & cured #COVID19 cases in the last 24 hrs under the BMC area on 8th July 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/hyGQ32trfM— BMC (@bmcbbsr) July 8, 2020
ଆହୁରି ପଢ଼ନ୍ତୁ
ଆଇଗଣିଆ ଅଞ୍ଚଳରୁ ୩ ଜଣ, ଚନ୍ଦ୍ରଶେଖରପୁର ପ୍ରଗତି ବିହାରରୁ ଜଣେ, ପାହଳ ପୁଲିସ୍ ପୋଷ୍ଟ ଅଞ୍ଚଳରୁ ଜଣେ, ଗେରେଜ ଛକରୁ ଜଣେ, ଓଲଡ୍ ଟାଉନ୍ ତିନିମୁଣ୍ଡିଆ ଛକ ଅଞ୍ଚଳରୁ ଜଣେ, ରସୁଲଗଡ଼ ସବର ସାହୁରୁ ୩ ଜଣ, ବରମୁଣ୍ଡାରୁ ଜଣେ, ନୂଆଗାଁ ବିଜୟ ବିହାରରୁ ୨ ଜଣ, ଝାରପଡ଼ା ଜଗନ୍ନାଥ ନଗର ଅଞ୍ଚଳରୁ ଜଣେ, ଲକ୍ଷ୍ମୀସାଗର ଉପର ସାହିରୁ ଜଣେ, ନିନ୍ତାମଣୀଶ୍ୱର ମନ୍ଦିର ଅଞ୍ଚଳରୁ ଜଣେ, ଡୁମ୍ଡୁମା ଫେଜ୍-୧ ଅଞ୍ଚଳରୁ ୩ ଜଣ, ନାକଗେଟ୍ ଅଞ୍ଚଳରୁ ଜଣେ ଓ ପାତ୍ରପଡ଼ା ଅଞ୍ଚଳରୁ ଜଣେ ଲେଖାଏଁ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ କ୍ୱାରେଣ୍ଟାଇନ୍ରେ ଥିଲେ। ଏମାନଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ସମସ୍ତଙ୍କୁ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଛି।
ଆଜି ସୁଦ୍ଧା ବିଏମ୍ସି ଅଞ୍ଚଳରୁ ୫୨୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୨୨୨ ଜଣ କରୋନା ଆକ୍ରାନ୍ତ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ଆଜି ୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଆହୁରି ପଢ଼ନ୍ତୁ
[ad_2]