ରାଜଧାନୀରୁ ପୁଣି ୪ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ଜଣେ ଏମ୍‌ସ କର୍ମଚାରୀ

ଭୁବନେଶ୍ୱର (ସତ୍ୟଶିଖା): ରାଜଧାନୀ ଭୁବନେଶ୍ୱର ମହାନଗର ନଗମ ଅଞ୍ଚଳରୁ ଚିହ୍ନଟ ହେଲେ ଆଉ ୪ ‘କରୋନା’ ଆକ୍ରାନ୍ତ। ଗତ ୨୪ ଘଣ୍ଟା ମଧ୍ୟରେ ୪ ନୂଆ ‘କରୋନା’ ପଜିଟିଭି ଚିହ୍ନଟ ହୋଇଥିବା ନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦେଇଛି। ସେଥିରୁ ଜଣେ ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିଲେ। ଏହି ବ୍ୟକ୍ତି ଜଣକ କଳିଙ୍ଗ ବିହାର ଅଞ୍ଚଳର ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ଦିଆଯାଇଛି। ଏହା ବ୍ୟତୀତ ଅନ୍ୟ ତିନି ଜଣଙ୍କ ମଧ୍ୟରୁ ଜଣେ ଆଇଗଣିଆ ଓ ଜଣେ ଡୁମୁଡୁମାରେ ହୋଇଥିବା ବେଳେ ଅନ୍ୟ ଜଣେ ଭୁବନେଶ୍ୱର AIIMSର କର୍ମଚାରୀ ବୋଲି ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ

ଆଜି ସୁଦ୍ଧା ରାଜ୍ୟରେ ୨୪୭୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ୯୯୭ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି।



[ad_2]

Exit mobile version