ଦେଶ

ରାଜଧାନୀକୁ କରୋନା ଚିନ୍ତା, ୨୪ ଘଣ୍ଟାରେ ୫୦୦ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ପାଇଁ ଏବେ କରୋନା ଚିନ୍ତା ଜନକ ପାଲଟିଛି। ୨୪ ଘଣ୍ଟା ମଧ୍ୟରେ ୫୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଦିଲ୍ଲୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୫୪ ହୋଇଛି। ସେହିପରି ୧୬୬ ଜଣ ବିଗତ ୨୪ ଘଣ୍ଟାରେ ପ୍ରାଣ ହରାଇବା ପରେ ମୋଟ୍ ମୃତକଙ୍କ ସଂଖ୍ୟା ୧୦,୫୫୪ ହୋଇଛି ଏ ନେଇ ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏବେ ୫୬୪୮ ଜଣ ଚିକିତ୍ସାଧୀନ ରହିଛନ୍ତି।

ଆହୁରି ପଢ଼ନ୍ତୁ

ସଂକ୍ରମିତଙ୍କ ସଂଖ୍ୟା ଅଧିକ ହେଉଥିବାରୁ ମୃତକଙ୍କ ସଂଖ୍ୟା ବଢ଼ୁଛି ବୋଲି କରୋନା ମୃତ୍ୟୁ ବାବଦରେ ସମୀକ୍ଷା କରୁଥିବା କମିଟି କହିଛି। ତେବେ ୨୪ ଘଣ୍ଟା ମଧ୍ୟରେ ୨୬୫ ଜଣ ଆରୋଗ୍ୟ ହୋଇଛନ୍ତି ବୋଲି ଦିଲ୍ଲୀ ସରକାର କହିଛନ୍ତି।

ମୃତ ୧୬୬ ଜଣଙ୍କ ମଧ୍ୟରୁ ୧୪୧ ଆକ୍ରାନ୍ତଙ୍କ ପାଖରେ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ଥିଲେ। ସେହିପରି ୩୪ ଜଣଙ୍କ ବୟସ ୫୦ ବର୍ଷରୁ କମ୍ ରହିଛି।

[ad_2]
Show More
Back to top button