ରବିବାରରୁ ସିବିଏସଇ ପରୀକ୍ଷା ଖାତା ମୂଲ୍ୟାୟନ


ନୂଆଦିଲ୍ଲୀ: ରବିବାରରୁ ସିବିଏସଆଇ ବୋର୍ଡ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ପରାମର୍ଶ କ୍ରମେ ଏଭଳି ନିଷ୍ପତ୍ତି ନିଆଯ।ଇଛି ବୋଲି ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ (ଏଚଆରଡି) ଏହି ସୂଚନା ଦେଇଛି। କଣ୍ଟେନମେଣ୍ଟ ଜୋନକୁ ବାଦ୍ ଦେଇ ଅନ୍ୟ ସମସ୍ତ ଅଞ୍ଚଳରେ ଖାତା ଦେଖା ହେବ।
ଆହୁରି ପଢ଼ନ୍ତୁ
ତିନି ହଜାର ସ୍କୁଲରେ ପରୀକ୍ଷା ଖାତା ରହିଛି। ଏହି ଖାତା ଗୁଡ଼ିକୁ ଖାତା ଦେଖାରେ ନିୟୋଜିତ ଥିବା ଶିକ୍ଷକ, ଶିକ୍ଷୟତ୍ରୀଙ୍କ ଘରକୁ ଯିବ ବୋଲି ସୂଚନା ରହିଛି। ଆଗାମୀ ୫୦ ଦିନ ମଧ୍ୟରେ ଖାତା ମୂଲ୍ୟାୟନ ପ୍ରକ୍ରିୟା ଶେଷ ହେବ ବୋଲି ଜଣାପଡ଼ିଛି।
ଏଚଆରଡି ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କହିଛନ୍ତି, ୩୦୦୦ ସ୍କୁଲରେ ଥିବା ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ଅନୁମତି ଦିଆଯାଇଛି। ୧୭୩ଟି ବିଷୟର ୧.୫ କୋଟି ଉତ୍ତର ଖାତା ମୂଲ୍ୟାଙ୍କନ କରାଯିବ। ୧୦ମ ଏବଂ ଦ୍ୱାଦଶ ଶ୍ରେଣୀର ବାକି ଥିବା ମୋଟ୍ ୨୯ଟି ବିଷୟର ପରୀକ୍ଷା ଖୁବଶୀଘ୍ର ଜୁଲାଇ ୧ରୁ ୧୫ ମଧ୍ୟରେ ହେବ ବୋଲି ନିକଟରେ ସିବିଏସଇ ଘୋଷଣା କରିଛି। ୧୮ ଲକ୍ଷ ଛାତ୍ରଛାତ୍ରୀ ସିବିଏସ୍ଇ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବାବେଳେ ୧୨ ଲକ୍ଷ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଛନ୍ତି।