ରଥ କାମରେ ନିୟୋଜିତ ସେବାୟତଙ୍କର ହେବ କରୋନା ଟେଷ୍ଟ

ପୁରୀ(ସତ୍ୟଶିଖା): ରଥ କାମରେ ନିୟୋଜିତ ସମସ୍ତ ସେବାୟତ ତଥା ସେମାନଙ୍କ ପରିବାର ସଦସ୍ୟଙ୍କର ବି ହେବ କରୋନା ଟେଷ୍ଟ। ଏ ସମ୍ପର୍କରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି । ଏଥିପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ  ପୁରୀ ସିଡିଏମ୍ଓଙ୍କୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ

ରଥ କାମରେ ନିୟୋଜିତ ସେବାୟତଙ୍କୁ କରୋନାର ଭୟାବହତା ସମ୍ପର୍କରେ ଅବଗତ କରାଯିବା ସହ ସାମାନ୍ୟ ସାବଧାନ ହୋଇପାରିଲେ କିପରି ଏଥିରୁ ବର୍ତ୍ତିପାରିବେ ସେ ସମ୍ପର୍କରେ ନିୟମିତ ସଚେତନ କରାଯିବ। ରଥ କାମ ଶେଷ ଯାଏ ପ୍ରତ୍ୟହ ସେବାୟତଙ୍କୁ କରୋନା ସମ୍ପର୍କରେ ସଚେତନ କରାଯିବ।

ବିଶ୍ୱକର୍ମା ଓ ଭୋଇ ସେବାୟତଙ୍କୁ ମଧ୍ୟ  ପୁରୀ ADMOଙ୍କ ନେତୃତ୍ୱାଧୀନ ଡାକ୍ତରୀ ଟିମ୍ ସଚେତନ କରିବେ।  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିନିମନ୍ତେ ୪ଟି ସ୍ୱାସ୍ଥ୍ୟ ଟିମ୍ ଗଠନ କରାଯାଇଛି।  ରଥ ଖଳା, ଭକ୍ତ ନିବାସରେ ରହିବେ ସ୍ୱତନ୍ତ୍ର ହେଲ୍‌ଥ ଟିମ୍। ମୋବାଇଲ୍ ଟିମ୍ ମଧ୍ୟ ନିୟୋଜିତ ହେବ, ଆକ୍ଟିଭ୍ ସର୍ଭେଲାନ୍ସ କରିବେ।

[ad_2]
Exit mobile version