ରାଜ୍ୟ

ରଥଯାତ୍ରା ପାଇଁ ସୁପ୍ରିମକୋର୍ଟରେ ପୁଣି ଏକ ପିଟିସନ୍‌

ନୂଆଦିଲ୍ଲୀ(ସତ୍ୟଶିଖା): ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟରେ ପୁରି ଏକ ପିଟିସନ୍‌ ଦାଖଲ ହୋଇଛି। ଏହି ମୋଡିଫିକେସନ ପିଟିସନ ଦାୟର କରିଛନ୍ତି ନୟାଗଡ଼ ଜିଲ୍ଲାର ଅଫତାବ ହୁସେନ। ରାୟରେ ଆଂଶିକ ପରିବର୍ତ୍ତନ କରିବାକୁ ପିଟିସନରେ ଆବେଦନ କରାଯାଇଛି। କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେବାକୁ ଆବେଦନରେ ଅନୁରୋଧ କରାଯାଇଛି। ପୁରୀ ସହରକୁ ଶଟ୍‌ଡାଉନ୍‌ ଘୋଷଣା କରି ମହାପ୍ରଭୁଙ୍କ ଘୋଷଯାତ୍ରା କରିବାକୁ ପିଟିସନ୍‌ରେ ଅନୁରୋଧ କରାଯାଇଛି।

ଆହୁରି ପଢ଼ନ୍ତୁ

ରଥଯାତ୍ରା ବନ୍ଦ ଗତକାଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ। ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଦାଏର ମାମଲାରେ ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଚିସ୍‌ ଏସ.ଏ. ବୋବଡ଼େଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଥିଲେ। ରାୟରେ ଉଲ୍ଲେଖ କରିଥିଲା, ‘କରୋନା’ ମହାମାରୀ ସମୟରେ ରଥଯାତ୍ରା ଲାଗି ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇ ପାରିବନାହିଁ। ଜନସ୍ୱାର୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ରଥଯାତ୍ରା କିମ୍ବା ଏ ସଂପର୍କିତ ଅନ୍ୟାନ୍ୟ ବାହ୍ୟ ନୀତି ପାଇଁ ମଧ୍ୟ ଅନୁମତି ଦେଇ ହେବନି। ଯଦି ଏଭଳି ସମୟରେ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦିଆଯାଏ, ତାହାଲେ ମହାପ୍ରଭୁ ଜଗନ୍ନାଥ ଆମକୁ କ୍ଷମା ଦେବେନି ବୋଲି ରାୟରେ ଉଲ୍ଲେଖ ରହିଛି।

 

[ad_2]
Show More
Back to top button